ETV Bharat / city

ଲକଡାଉନ ଯୋଗୁଁ ମନ୍ଦିରରେ ତାଲା, ସହର ଛାଡି ଗାଁ ମୁଁହା ପୂଜକ - ସହର ଛାଡି ଗାଁ ମୁଁହା ପୂଜକ

ଲକଡାଉନ ଯୋଗୁଁ ମନ୍ଦିରରେ ତାଲା, ସହର ଛାଡି ଗାଁ ମୁଁହା ପୂଜକ । ଭକ୍ତ ଆସୁ ନ ଥିବାରୁ ରୋଜଗାର ବନ୍ଦ । ଅଧିକ ପଢନ୍ତୁ....

The priest lost their income due to lockdown in bhubaneswar
ଲକଡାଉନ ଯୋଗୁଁ ମନ୍ଦିରରେ ତାଲା, ସହର ଛାଡି ଗାଁ ମୁଁହା ପୂଜକ
author img

By

Published : Jul 8, 2020, 12:37 PM IST

ଭୁବନେଶ୍ବର : ସହର ଛାଡି ଗାଁ ମୁହାଁ ହେଲେଣି ପୂଜକ । ଲକଡାଉନ ଛଡାଇ ନେଲା ରୋଜଗାର । ମନ୍ଦିରମାଳିନୀ ଭୁବନେଶ୍ବରରେ 12 ଶହରୁ ଅଧିକ ଛୋଟ ବଡ ମନ୍ଦିର ରହିଛି । କୋରୋନା କଟକଣା ଯୋଗୁଁ ମନ୍ଦିରରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଇବା ପରେ କେବଳ ନୀତିକାନ୍ତି କରାଯାଉଛି । ମନ୍ଦିରକୁ ଭକ୍ତମାନେ ଆସୁ ନ ଥିବାରୁ ପୂଜକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଫଳରେ ପୂଜକଙ୍କ ଆର୍ଥିକ ଅବସ୍ଥା ବିଗିଡିବାରେ ଲାଗିଛି । ଏପରି ଅବସ୍ଥାରେ ପୂଜକମାନେ ଓଳିଏ ଖାଇ ଓଳିଏ ଉପାସରେ ରହୁଥିବା ଅଭିଯୋଗ ହୋଇଛି ।

ଲକଡାଉନ ଯୋଗୁଁ ମନ୍ଦିରରେ ତାଲା, ସହର ଛାଡି ଗାଁ ମୁଁହା ପୂଜକ

ରାଜ୍ୟ ସରକାରଙ୍କର ନିଷ୍ପତ୍ତି କ୍ରମେ ରାଜ୍ୟରେ ରହିଥିବା ସମସ୍ତ ମନ୍ଦିରରେ ପୂଜକମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଭକ୍ତ ମନ୍ଦିରୁ ଆସୁ ନ ଥିବାରୁ କିଛି ହାତକୁ ପଇସା ଆସୁନାହିଁ ବୋଲି ଜଣେ ପୂଜକ କହିଛନ୍ତି । ରାଜଧାନୀରେ ପୁରା ପରିବାର ସହିତ ରହୁଥିବା ପୂଜକମାନେ ଏବେ ଗାଁ ମୁହାଁ ହେଉଛନ୍ତି । ଏହି ମହାମାରୀରେ ସରକାର ସମସ୍ତଙ୍କୁ ସହାୟତା ଯୋଗାଇ ଦେଉଥିବାବେଳେ ପୂଜକଙ୍କ ଉପରେ ଦୃଷ୍ଟି ଦେଉ ନ ଥିବା ନିଖିଳ ଓଡିଶା ପୂଜକ ମହାସଂଘର ସଭାପତି କହିଛନ୍ତି । ପୂଜକଙ୍କୁ ରାଜ୍ୟ ସରକାର ମାସିକ 5 ହଜାର ଟଙ୍କା ସହାୟତା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.