ETV Bharat / city

କମ୍ପ୍ୟୁଟର ଶିକ୍ଷକ ପୁନଃ ନିଯୁକ୍ତି ଦାବି: ରାଜ୍ୟପାଳଙ୍କୁ ଭେଟିଲା ଅଭିଭାବକ ମହାସଂଘ - କମ୍ପ୍ୟୁଟର ଶିକ୍ଷକ ପୁନଃ ନିଯୁକ୍ତି ଦାବି

4000 ସ୍କୁଲରେ କମ୍ପ୍ୟୁଟର ଲ୍ୟାବ କାର୍ଯ୍ୟକ୍ଷମ ସହ ଶିକ୍ଷକ ପୁନଃ ନିଯୁକ୍ତି ମୋ ସ୍କୁଲରେ ଦିଆଯିବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଂଘ। ଅଧିକ ପଢନ୍ତୁ...

କମ୍ପ୍ୟୁଟର ଶିକ୍ଷକ ପୁନଃ ନିଯୁକ୍ତି ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା ଅଭିଭାବକ ମହାସଂଘ

author img

By

Published : Mar 15, 2021, 9:46 PM IST

ଭୁବନେଶ୍ବର: ମୋ ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ପୁନଃ ନିଯୁକ୍ତି ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା ଅଭିଭାବକ ମହାସଂଘ। 4000 ସ୍କୁଲରେ କମ୍ପ୍ୟୁଟର ଲ୍ୟାବ କାର୍ଯ୍ୟକ୍ଷମ ସହ ଶିକ୍ଷକ ପୁନଃ ନିଯୁକ୍ତି ମୋ ସ୍କୁଲରେ ଦିଆଯିବା ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ଓଡିଶା ଅଭିଭାବକ ମହାସଂଘ ।

ସାରା ରାଜ୍ୟରେ 4 ହଜାର ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ 800 କୋଟି ଟଙ୍କା ବ୍ୟୟରେ କମ୍ପ୍ୟୁଟର ଲ୍ୟାବ ନିର୍ମାଣ କରାଯିବା ସହିତ ଶିକ୍ଷକ ନିଯୁକ୍ତି କରାଯାଇ 2014 ମସିହାରୁ ଶିକ୍ଷାଦାନ କରାଯାଉଥିଲା l ହେଲେ 2019 ମସିହାରୁ ସେହି କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିବା ସହିତ ଲ୍ୟାବରେ ତାଲା ପକେଇ ରଖିଛନ୍ତି l ଗୁଣାତ୍ମକ ଶିକ୍ଷା ପୁରା ଚୁଲିକୁ ଗଲାଣି l

ତେଣୁ ସେସବୁକୁ ପୁଣି ମୋ ସ୍କୁଲ ମାଧ୍ୟମରେ ଚାଲୁ କରିବା ସହିତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେଇ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପୁନଃ ପ୍ରଦାନ ଦାବିରେ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସୋମବାର ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରି ତୁରନ୍ତ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି l

ରାଜ୍ୟପାଳ ମହୋଦୟ ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରିବେ ବୋଲି କହିଛନ୍ତି l ମୋ ସ୍କୁଲ ମାଧ୍ୟମରେ ଯଦି କମ୍ପ୍ୟୁଟର ଶିକ୍ଷା ଦିଆ ନଯିବ, ତାହେଲେ ପ୍ରତିବର୍ଷ 35% ପିଲା ସରକାରୀ ସ୍କୁଲରୁ ବେସରକାରୀ ସ୍କୁଲକୁ ପଳେଇବେ l ଏହାକୁ ରୋକିବାକୁ ହେଲେ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ପାଇଁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.