ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ବଢ଼ିଲା RRT ବା ରାପିଡ଼ ରେସପନ୍ସ ଟିମ ସଂଖ୍ୟା । ବିଏମସିର 67ଟି ୱାର୍ଡ ପାଇଁ ଏବେ କାମ କରିବ 39ଟି ରାପିଡ଼ ରେସପନ୍ସ ଟିମ । ତିନୋଟି ଜୋନ୍ ପାଇଁ 13ଟି ଲେଖାଏଁ ଟିମ୍ ପ୍ରସ୍ତୁତ ହୋଇଛି । ପୂର୍ବରୁ ପ୍ରତି ଜୋନ୍ ରେ 8ଟି ଲେଖାଏଁ ହିସାବରେ 24ଟି ରାପିଡ଼ ରେସପନ୍ସ ଟିମ ଥିଲା । ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ 39 ହେଲା ।
ପ୍ରତି ଟିମରେ ଜଣେ ଲେଖାଏଁ ଆୟୁଷ ଡାକ୍ତର, କୋଭିଡ ସଚେତକ ଓ ଜଣେ ଏଏନମ କର୍ମୀ ରହିଛନ୍ତି । ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ଏହି ଟିମ୍ ନିୟୋଜିତ ରହିବ । ଏହାସହ ପ୍ରତି ଜୋନ୍ ରେ ଗୋଟିଏ ସ୍ବତନ୍ତ୍ର ସେଣ୍ଟ୍ରାଲ ଟିମ ମଧ୍ୟ ରହିଛି, ଯାହା ସୋସିଆଲ ମିଡିଆ ଓ ହ୍ବାଟ୍ସଆପ ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି । ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।
ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା 18ରୁ 28କୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ 5 ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି ।ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ଗୁରୁତ୍ବ ଦିଆଯାଉଥିବା ବିଏମସି ଅତିରିକ୍ତ କମିଶନର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ