ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଦିନକରେ 638 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 373 ଜଣ ହୋମ କ୍ବାରେଣ୍ଟାଇନରୁ ଓ 265 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 40, ବାଲେଶ୍ବରରେ 21, ବରଗଡରେ 27, ଭଦ୍ରକରେ 7, ବଲାଙ୍ଗୀରରେ 23, କଟକରେ 39, ଢେଙ୍କାନାଳରେ 11, ଗଞ୍ଜାମରେ 8, ଦେଓଗଡରେ 5, ଜଗତସିଂହପୁରରେ 50, ଯାଜପୁରରେ 29, ଝାରସୁଗୁଡ଼ାରେ 23, କଳାହାଣ୍ଡିରେ 21, କନ୍ଧମାଳରେ 3, କେନ୍ଦ୍ରାପଡାରେ 33, କେନ୍ଦୁଝରରେ 31, କୋରାପୁଟରେ 9, ମାଲକାନଗିରିରରେ 4 , ମୟୂରଭଞ୍ଜରେ 65, ନବରଙ୍ଗପୁରରେ 13, ନୟାଗଡରେ 5 , ନୂଆପଡାରେ 4, ପୁରୀରେ 9 ରାୟଗଡାରେ 1, ସମ୍ବଲପୁରରେ 23, ସୋନପୁରରେ 1, ସୁନ୍ଦରଗଡରେ 46, ଷ୍ଟେଟ ପୋଲରୁ 13 ଜଣ ସଂକ୍ରମଣ ହୋଇଛନ୍ତି ।
ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 13 ହାଜର 961ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 4 ହଜାର 908 ଜଣ । ଏବଂ 7 ହଜାର 360 ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 55,63,926 ଟି ନମୁନା ଟେଷ୍ଟ ହୋଇସାରିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ