ETV Bharat / city

ଷ୍ଟେଟ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ ଉଦଘାଟିତ - ପୋଲିସ ଡିଜି

ଭୁବନେଶ୍ବରସ୍ଥିତ ଷ୍ଟେଟ ଫରେନ୍ସସିକ ଲ୍ୟାବର ନୂଆ ବିଲ୍ଡିଂ ଉଦଘାଟିତ । ପୋଲିସ ଡିଜି ଅଭୟ କଲେ ଉଦଘାଟନ । ଅଧିକ ପଢନ୍ତୁ...

ଷ୍ଟେଟ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ ଉଦଘାଟିତ

author img

By

Published : Aug 12, 2021, 2:38 PM IST

ଭୁବନେଶ୍ବର: ଉଦଘାଟିତ ହେଲା ଷ୍ଟେଟ ଫରେନ୍ସସିକ ଲ୍ୟାବର ନୂଆ ବିଲ୍ଡିଂ । ପୋଲିସ ଡିଜି ଅଭୟ କୁମାର ଏହାକୁ ଉଦଘାଟିତ କରିଛନ୍ତି । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଡିଜିପି କହିଛନ୍ତି ।

ଷ୍ଟେଟ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ ଉଦଘାଟିତ

ତଦନ୍ତ ପାଇଁ ଏଠାରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ କରିବ । ତେବେ ଏହାର ଉଦଘାଟନ ପରେ ବିଭିନ୍ନ ଟେଷ୍ଟ କରିବା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି । ନୂଆ ବିଲ୍ଡିଂକୁ ୭ଟି ବିଭାଗ ସ୍ଥାନାନ୍ତର ହୋଇଛି । ଡିଭିଜନ ଲାଏ ଡିଟେକସନ, ଫିଜିକ୍ସ, ସାଇବର ଫରେନ୍ସିକ, ବାଲିସଟିକ୍ସ, ବାୟୋଲୋଜି, ସେରଲୋଜି, କେମିଷ୍ଟ୍ରି ଲ୍ୟାବ ସ୍ଥାନାନ୍ତର ହୋଇଛି । ଏଠାରେ ଖୁବଶୀଘ୍ର ଡିଏନଏ ଓ ସାଇବର ଫରେନସିକ୍ସ ଲ୍ୟାବ ଗଠନ କରାଯିବ ।

ପୂର୍ବରୁ ଅନ୍ୟ ରାଜ୍ୟକୁ ଡିଏନଏ ଓ ସାଇବର ଫରେନସିକ ପାଇଁ ଯିବାକୁ ପଡୁଥିଲା । ତେଣୁ ସବୁ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତିର ସୁବିଧା ରହି ଥିବାବେଳେ ଏବେ ଭୁବନେଶ୍ୱରରେ ସବୁ ଟେଷ୍ଟିଂ ସୁରୁଖୁରୁରେ କରାଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.