ଭୁବନେଶ୍ବର: ନବମ ଶ୍ରେଣୀର ଭୂଗୋଳ ବହିରେ ତ୍ରୁଟି ଅଛି। ଏହାକୁ ସ୍ବୀକାର କରିବା ସହ ତ୍ରୁଟିକୁ ସଂଶୋଧନ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏନେଇ ବୋର୍ଡ ସମେତ ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି ।
ସୂଚନା ଅନୁସାରେ ନବମ ଶ୍ରେଣୀ ଭୂଗୋଳ ବହିରେ 18 ନମ୍ବର ପୃଷ୍ଠାରେ ରାଜ୍ୟ ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଛି । ଏହାସହ ସ୍କୁଲର ଶିକ୍ଷକମାନେ ଭୁଲ ଲେଖା ଥିବା ସ୍ଥାନରେ ତ୍ରୁଟି ନିବାରଣ କରି ସଠିକ ତଥ୍ୟ ସହ ପଢାଇବା ପାଇଁ କୁହାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ