ETV Bharat / city

ଶିଶୁଙ୍କ ପାଇଁ 'ବାତ୍ସଲ୍ୟ' ଅଭିଯାନର ଶୁଭାରମ୍ଭ - ଶିଶୁଙ୍କ ଯତ୍ନ

ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଉତ୍ସବରେ 'ବାତ୍ସଲ୍ୟ' ଅଭିଯାନର ଲୋକାର୍ପଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ଏହାକୁ ନେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ପ୍ରତ୍ୟେକ ଶିଶୁର ବିକଶିତ ଏବଂ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କ ଠାରୁ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟ ନିକଟରୁ ବାତ୍ସଲ୍ୟ ମମତା ପାଇବା ଆବଶ୍ୟକ।

ଶିଶୁଙ୍କ ପାଇଁ 'ବାତ୍ସଲ୍ୟ' ଅଭିଯାନର ଶୁଭାରମ୍ଭ

author img

By

Published : Nov 17, 2020, 10:07 PM IST

ଭୁବନେଶ୍ବର: ତିନି ବର୍ଷରୁ କମ ବୟସର ଶିଶୁଙ୍କ ଯତ୍ନକୁ ଆଧାର କରି ସେମାନଙ୍କ ବିକଶିତ ଶୈଶବକୁ ଆନୁଷ୍ଠାନିକ ରୂପରେଖା ପ୍ରଦାନ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ଵାରା 'ବାତ୍ସଲ୍ୟ'ର ଶୁଭାରମ୍ଭ ହୋଇଛି । ଅଙ୍ଗନବାଡି ସେବା ସମୂହରେ 3ବର୍ଷରୁ ଛୋଟ ଶିଶୁଙ୍କ ପାଇଁ ପରିପୂରକ ଭାବରେ ପୁଷ୍ଟିସାଧନ, ଟୀକାକରଣ, ସ୍ବାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଶିଶୁଙ୍କ ପାଇଁ 'ବାତ୍ସଲ୍ୟ' ଅଭିଯାନର ଶୁଭାରମ୍ଭ
ଶିଶୁଙ୍କ ପାଇଁ 'ବାତ୍ସଲ୍ୟ' ଅଭିଯାନର ଶୁଭାରମ୍ଭ

କିନ୍ତୁ ଏହି ତିନି ବର୍ଷ ଶିଶୁର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ଏବଂ ଏହି ବୟସରେ ଅବହେଳା କଲେ ତା'ର ପ୍ରଭାବ ଶିଶୁର ସାରା ଜୀବନ ଵୃଦ୍ଧି ଓ ବିକାଶରେ ଅନ୍ତରାୟ ହୋଇଥାଏ । ତେଣୁ ପିତାମାତାଙ୍କ ଜରିଆରେ ଦାୟିତ୍ବର ସହିତ ଆଦ୍ୟ ଶୈଶବର ବିକାଶକୁ ତ୍ବରାନ୍ବିତ କରିବା ପାଇଁ 'ବାତ୍ସଲ୍ୟ' ର ଉଦ୍ୟମ କରାଯାଇଛି। 'ବାତ୍ସଲ୍ୟ' ଅଭିଯାନରେ ପୁଷ୍ଟି ଓ ସ୍ବାସ୍ଥ୍ୟ ସେବା ସହିତ ଉପଯୁକ୍ତ ଯତ୍ନ ଏବଂ ଶିଶୁର ମସ୍ତିଷ୍କର ବିକାଶର ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ପାଇଁ ଉଦ୍ଧିଷ୍ଟ ସୂଚନା ସାମଗ୍ରୀ ଯେପରିକି ପିକୋ ପ୍ରୋଜେକ୍ଟର ମଧ୍ୟାମରେ ଆଞ୍ଚଳିକ ଭାଷାରେ ପୋଷ୍ଟର, ଟିକି ମାଉସୀର ହାସ୍ୟଚିତ୍ର ଆଦିର ବ୍ୟବହାର କରାଯିବ । ଏହାଦ୍ବାରା ଶିଶୁମାନେ ଅଧିକ ଆକର୍ଷିତ ହେବେ ।

ଅନ୍ୟପଟେ ମାତୃଭାଷାଭିତ୍ତିକ 11 ଟି ପୋଷ୍ଟର, 10ଟି ଜନଜାତି ଭାଷାରେ ପ୍ରସ୍ତୁତ କରାଯାଇଥିଲା। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଉତ୍ସବରେ 'ବାତ୍ସଲ୍ୟ' ଅଭିଯାନର ଲୋକାର୍ପଣ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ। ଏହାକୁ ନେଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ପ୍ରତ୍ୟେକ ଶିଶୁର ବିକଶିତ ଏବଂ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କ ଠାରୁ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟ ନିକଟରୁ ବାତ୍ସଲ୍ୟ ମମତା ପାଇବା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.