ETV Bharat / city

ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ନ ସଜାଡିଲେ ସାଂଘାତିକ ହୋଇପାରେ ସ୍ଥିତି: ବିଜେପି - ବିଜେପି ଓଡିଶା

ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ...

ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମୀ ସ୍ପଷ୍ଟ କରନ୍ତୁ ସରକାର, ନହେଲେ ସ୍ଥିତି ସାଂଘାତିକ ହୋଇପାରେ : ବିଜେପି

author img

By

Published : Apr 21, 2021, 8:17 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦଳ କହିଛି କୋରୋନା ସଂକ୍ରମଣ ବଢୁଥିବାବେଳେ ସମାଲୋଚନା କରିବାକୁ ଚାହୁଁନୁ ,କିନ୍ତୁ ରାଜ୍ୟ ସରକାର ସ୍ଥିତିକୁ ଯେମିତି ହାଲୁକା ଭାବେ ନେଉଛନ୍ତି, ତାଙ୍କୁ ଚେତେଇ ଦେଉଛୁ ।ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମୀ ସ୍ପଷ୍ଟ କରନ୍ତୁ ସରକାର, ନହେଲେ ସ୍ଥିତି ସାଂଘାତିକ ହୋଇପାରେ : ବିଜେପି

ପୃଥ୍ୱୀରାଜ କହିଛନ୍ତି ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ରାଜ୍ୟ ସରକାରଙ୍କ ନୈତିକ ଦାୟିତ୍ୱ । କେନ୍ଦ୍ର ସରକାର ଯେଉଁ ଜରୁରୀକାଳୀନ ସାହାଯ୍ୟ ଦେଉଛନ୍ତି, ତାକୁ ବ୍ୟବହାର ନକରି ସମାଲୋଚନା କରୁଛନ୍ତି ରାଜ୍ୟ ସରକାର ।ରାଜ୍ୟ ସରକାର ଟେଷ୍ଟିଂ କ୍ଷମତା ବଢ଼ାନ୍ତୁ ଯାହା ଫଳରେ ଲୋକମାନେ ପ୍ରଥମରୁ ରୋଗ ବିଷୟରେ ଜାଣିପାରିବେ ଓ ଚିକିତ୍ସିତ ହୋଇପାରିବେ । ସେହିପରି ରାଜ୍ୟରେ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣ ଅଛି କି ନାହିଁ ତାହା ମଧ୍ୟ ରାଜ୍ୟବାସୀଙ୍କୁ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପୃଥୀରାଜ ।

କୋଭିଡର ପ୍ରଥମ ପର୍ଯ୍ୟାୟ ସଂକ୍ରମଣବେଳେ କେନ୍ଦ୍ର ସରକାର ଦେଇଥିବା 567 ଭେଣ୍ଟିଲେଟର ବିନିଯୋଗ ହେଇଛି କି ନାହିଁ ତାର ସ୍ପଷ୍ଟ ଚିତ୍ର ରଖିବାକୁ ଦାବି କରିଛି ଦଳ। କେନ୍ଦ୍ର ବର୍ତ୍ତମାନ ପ୍ରତି ଜିଲ୍ଲାକୁ 10ଟି ଲେଖାଏଁ ଭେଣ୍ଟିଲେଟର ଦେବାକୁ ପଦକ୍ଷେପ ନେଉଛି । ସେଗୁଡିକ ଚଳେଇବାକୁ ରାଜ୍ୟ ସରକାର ପ୍ରକୃତ ବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ବିଜେପି କହିଛି । ରାଜ୍ୟ ସରକାର ଆଇସୋଲୋସନ ପାଇଁ ବ୍ୟବସ୍ଥା କରନ୍ତୁ , ହୋମ ଆଇସୋଲେସନ ସଂକ୍ରମଣ ରୋକିବାର ସମାଧାନ ନୁହେଁ । କାରଣ ରାଜ୍ୟରେ ଅଧିକାଂଶ ପରିବାରରେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୁମି ନାହିଁ । ତେଣୁ ସରକାରଙ୍କୁ ଏଥିପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରିବାକୁ ପଡିବ । କୋଭିଡ ପରିଚାଳନାରେ ଅନିୟମିତତା ହେଲେ ରାଜ୍ଯ ସାଂଘାତିକ କ୍ଷତି ଭୋଗିବ ବୋଲି ଚେତାଇ ଦେଇଛି ବିଜେପି ।

ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.