ETV Bharat / city

କୋଭିଡ ସୁରକ୍ଷା; ସରକାରଙ୍କ ଫୋକସରେ ଶିଶୁ, ପ୍ରବାସୀ ଶ୍ରମିକ ଓ ଗର୍ଭବତୀ ମହିଳା

author img

By

Published : May 14, 2021, 7:16 AM IST

କୋରୋନାର ଦ୍ବିତୀୟ ଲହର ବେଳେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକ ,ମହିଳା, ଓ ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର ନେଲେ ଆଗୁଆ ପଦକ୍ଷେପ । ଅଧିକ ପଢନ୍ତୁ....

ସରକାରଙ୍କ ଫୋକସରେ ଶିଶୁ ଓ ଗର୍ଭବତୀ, କୋଭିଡରୁ ସୁରକ୍ଷା ପାଇଁ ସରକାରଙ୍କ ଆଗୁଆ ପଦକ୍ଷେପ

ଭୁବନେଶ୍ବର : କୋରୋନାର ଦ୍ବିତୀୟ ଲହର ବେଳେ ଘରୁ ଫେରୁଥିବା ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ଯେପରି ଖାଦ୍ୟ ଅଭାବର ସମ୍ମୁଖୀନ ନ ହୁଅନ୍ତି ଏବଂ ସେମାନଙ୍କୁ ଯେପରି ଉପଯୁକ୍ତ ଚିକିତ୍ସା ମିଳିବ, ସେଥିପାଇଁ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗର୍ଭବତୀ ପ୍ରବାସୀ ମହିଳା ଶ୍ରମିକ ଓ ସେମାନଙ୍କ ପିଲାମାନଙ୍କୁ ଅଙ୍ଗନୱାଡ଼ୀ କର୍ମୀଙ୍କ ଜରିଆରେ ପଞ୍ଜୀକରଣ କରାଇ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇଁ ତାଲିକାଭୁକ୍ତ କରିବେ । ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି କିପରି ସୁରୁଖୁରୁରେ ମହିଳା ଓ ଶିଶୁଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରିହେବ ସେନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ସଙ୍ଗରୋଧ ବ୍ୟବସ୍ଥା ନୁହେଁ, ତା ସହ ଉତ୍ତମ ବ୍ୟବହାର, ସଂକ୍ରମଣ ବାବଦରେ ସଚେତନତା ସାଙ୍ଗକୁ ଶିଶୁଙ୍କ ଯତ୍ନ ଉପରେ ଗୁରୁତ୍ବ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଫୋକସରେ ରାଜ୍ୟର ଶିଶୁ । ପଡ଼ୋଶୀ ରାଜ୍ୟରେ କୋରୋନାରେ ଶିଶୁ ସଂକ୍ରମଣ ଦେଖାଯିବା ସାଙ୍ଗକୁ ଓଡ଼ିଶାରେ ମଧ୍ୟ କୋରୋନାରେ ଶିଶୁ ଆକ୍ରାନ୍ତ ହେଲେଣି । ତେଣୁ ସମ୍ଭାବ୍ୟ ତୃତୀୟ ଲହରରୁ ଶିଶୁମାନଙ୍କୁ ସୁରକ୍ଷା ଦେବାକୁ ମହିଳା ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ରଣନୀତି ଆପଣାଇଛି । ରାଜ୍ୟର ୨୩୮ ଟି ସେଣ୍ଟରରେ ୮ହଜାର ୫ଶହ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଗାଇଡ଼ଲାଇନ୍ ପରେ ଏବେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଶିଶୁ ଉପରେ ନଜର ରଖାଯିବ। ସେହିପରି ବ୍ଲକ, ଜିଲ୍ଲା ପରିଷଦ ଜୋନରେ ଖୋଲିଥିବା ଟିଏମ୍‌ସି ବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡ଼ିଛି ବିଭାଗ ।

ସମସ୍ତ ପ୍ରବାସୀ ଶ୍ରମିକଙ୍କ ପରିବାର ଶିଶୁ ଓ ମହିଳାଙ୍କ ନାମ ପଂଜୀକରଣ କରିବାକୁ ଅଙ୍ଗନୱାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇବାକୁ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ।ଚିକିତ୍ସା ସାଙ୍ଗକୁ ଉତମ ବ୍ୟବହାର ପୁଣି ବ୍ୟାପକ ସଚେତନତା । ପଞ୍ଜୀକରଣ ପରେ ସେମାନଙ୍କୁ କିପରି ଆଇସିଡ଼ିଏସ୍ (ସମନ୍ବିତ ଶିଶୁ ଉନ୍ନୟନ ଯୋଜନା) ଜରିଆରେ ପୁଷ୍ଟିକର ଖାଦ୍ୟ ଓ ସରକାରୀ ସୁବିଧା ମିଳିବ । ନବ ଜନ୍ମିତ ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ସାଙ୍ଗକୁ ମା’ ଓ ଶିଶୁ କିପରି ସ୍ବଚ୍ଛତା ବଜାୟ ରଖିବେ, ସେ ବାବଦରେ ଟିଏମ୍‌ସିରେ ସଚେତନତା କରାଯିବ । ଶିଶୁମାନଙ୍କ ପାଇଁ ସରକାରଙ୍କ ଆଗୁଆ ପଦକ୍ଷେପକୁ ସ୍ବେଚ୍ଛାସେବୀ ସ୍ବାଗତ କରିଛନ୍ତି । ଟିଏମ୍‌ସିରେ ସଙ୍ଗରୋଧରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱତନ୍ତ୍ର ଟଏଲେଟ ବ୍ୟବସ୍ଥା କରିବାକୁ ସରକାର ବ୍ୟବସ୍ଥା କରିବା ଦରକାର ବୋଲି ସ୍ବେଚ୍ଛାସେବୀ କହିଥିବାବେଳେ ମହିଳା ଶିଶୁ ବିକାଶ ବିଭାଗର ଏହିପରି ଅଭିନବ ଆଗୁଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.