ETV Bharat / city

ଚଳିତ ବର୍ଷ ଦୁଇଗୁଣ ବୃକ୍ଷରୋପଣ କରିବେ ସରକାର

author img

By

Published : Jun 29, 2020, 9:00 PM IST

ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜ ଘନତା ବଢ଼ାଇବା ପାଇଁ ସରକାରଙ୍କ ତରଫରୁ ସବୁଜ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଚଳିତ ବର୍ଷରୁ ଆରମ୍ଭ କରିବା ନିମନ୍ତେ ଅନୁମୋଦନ ଦେଇଛନ୍ତି । ଅଧିକ ଖବର..

ଚଳିତ ବର୍ଷ ଦୁଇଗୁଣ ବୃକ୍ଷ ରୋପଣ କରିବେ ସରକାର
ଚଳିତ ବର୍ଷ ଦୁଇଗୁଣ ବୃକ୍ଷ ରୋପଣ କରିବେ ସରକାର

ଭୁବନେଶ୍ବର: ଓଡ଼ିଶାରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜ ଘନତା ବଢ଼ାଇବା ପାଇଁ ସରକାରଙ୍କ ତରଫରୁ ସବୁଜ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଚଳିତ ବର୍ଷରୁ ଆରମ୍ଭ କରିବା ନିମନ୍ତେ ଅନୁମୋଦନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଏହି ଅନୁମୋଦନ ଦେଇଛନ୍ତି । ବୃକ୍ଷରୋପଣ ମାଧ୍ୟମରେ ଅଧିକ ନିଯୁକ୍ତି ସୃଷ୍ଟି ଏବଂ ରୋପିତ ଚାରାର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ଵଆରୋପ କରିଛନ୍ତି ।

ଚଳିତ ବର୍ଷ ଦୁଇଗୁଣ ବୃକ୍ଷ ରୋପଣ କରିବେ ସରକାର
ଚଳିତ ବର୍ଷ ଦୁଇଗୁଣ ବୃକ୍ଷ ରୋପଣ କରିବେ ସରକାର

ଚଳିତ ବର୍ଷ ୧,୩୦,୨୬୪ ହେକ୍ଟର ଜମିରେ ଚାରାରୋପଣ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା ଯାହାକି ଗତ ବର୍ଷ ତୁଳନାରେ ଦୁଇ ଗୁଣରୁ ଅଧିକ । ସୂଚନାଯୋଗ୍ୟ, ଗତ ବର୍ଷ ପ୍ରାୟ ୬୮,୩୫୮ ହେକ୍ଟର ଜମିରେ ଚାରା ରୋପଣ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ମାଧ୍ୟମରେ ୫୨୨୨ ନର୍ସରୀ ମାଧ୍ୟମରେ ୧୩.୧୧ କୋଟି ବିଭିନ୍ନ କିସମର ଚାରା ପ୍ରସ୍ତୁତ କରାଯାଇଛି । ବୃକ୍ଷ ରୋପଣ ପାଇଁ ୨୬୬୦ ଟି ସ୍ଥାନରେ ୧.୩୦ ଲକ୍ଷ ହେକ୍ଟର ଜମି ଚିହ୍ନଟ କରାଯାଇଛି । ଏହିସବୁ ସ୍ଥାନର ଭୌଗଳିକ ସ୍ଥିତିର ସୂଚନା ୱେବ୍ ସାଇଟରେ ଅପଲୋଡ୍ ହୋଇଛି ।

ଚଳିତ ବର୍ଷ ଦୁଇଗୁଣ ବୃକ୍ଷ ରୋପଣ କରିବେ ସରକାର
ଚଳିତ ବର୍ଷ ଦୁଇଗୁଣ ବୃକ୍ଷ ରୋପଣ କରିବେ ସରକାର

ଭୌଗଳିକ ସ୍ଥିତି ଭିତ୍ତିକ ଚିହ୍ନଟକରଣ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ପରିଚାଳନା ଓ ତଦାରଖ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଜିଲ୍ଲା ନିଜର ସବୁଜକରଣ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଶାସନ ସଚିବ ଭାଷ୍କରଜ୍ୟୋତି ଶର୍ମା, ମୁଖ୍ୟ ବନ ସଂରକ୍ଷକ ଅଧିକ୍ଷକ ସନ୍ଦିପ୍ ତ୍ରିପାଠୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.