ETV Bharat / city

ଆରମ୍ଭ ହେଲା ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

author img

By

Published : Jun 2, 2022, 4:39 PM IST

ଆଜିଠୁ(ଗୁରୁବାର) ଆରମ୍ଭ ହେବ ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ସମସ୍ତ ଖାତା ଦେଖା ହେବାକୁ ଥିବାବେଳେ ବିଜ୍ଞାନର 5ଟି ବିଷୟର ଖାତା ଦେଖା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଆରମ୍ଭ ହେଲା ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ
ଆରମ୍ଭ ହେଲା ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠୁ(ଗୁରୁବାର) ଆରମ୍ଭ ହେବ ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ସମସ୍ତ ଖାତା ଦେଖା ହେବାକୁ ଥିବା ବେଳେ ବିଜ୍ଞାନର 5ଟି ବିଷୟର ଖାତା ଦେଖା ଆରମ୍ଭ ହୋଇଛି । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ମୋଟ 101 ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି । ଅଫଲାଇନ ପାଇଁ 64ଟି ଓ ଅନଲାଇନ ପାଇଁ 37ଟି କେନ୍ଦ୍ର ହୋଇଛି । ଜୁଲାଇ ମାସରେ ସିଏଚଏସଇର ଫଳ ପ୍ରକାଶ କରିବାର ଲକ୍ଷ୍ୟ ରହିଛି ।

ଏନେଇ ବିଜେବି କଲେଜର ପ୍ରିନ୍ସିପାଲ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଖାତା ଦେଖା ହେବ 2 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ । ଦ୍ବିତୀୟ ପର୍ଯ୍ୟାୟ ଖାତା ଦେଖା ହେବ 13 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ । ପ୍ରଥମ ପର୍ଯ୍ୟାୟରେ 2ଟି ମୂଲ୍ୟାୟନ କେନ୍ଦ୍ର କାରାଯାଇଛି । ଗୋଟିଏ ମାନୁଆଲ ଖାତା ଦେଖା ଅନ୍ୟଟି ଅନଲାଇନରେ ଖାତା ଦେଖା । ମାନୁଆଲ ମୂଲ୍ୟାୟନରେ 70 ଜଣ ଅଧ୍ୟାପକ ଇତିହାସ, ଓଡ଼ିଆ, ରାଜନୈତିକ ବିଜ୍ଞାନ, ସଂସ୍କୃତ ଏଜୁକେସନ ଆଦି ଖାତା ଦେଖିବେ ।

ଅନଲାଇନରେ 54ଟି ସିଟ ରହିଥିବାବେଳେ 108 ଜଣ ଅଧ୍ୟାପକ ଖାତା ଦେଖିବେ, ଏହା ପୁଣି ଦୁଇଟି ସିଫ୍ଟରେ । ପ୍ରଥମ ସିଫ୍ଟରେ 7ଟା 30ରୁ 12 ଟା 30 ଓ ଦ୍ବିତୀୟ ସିଫ୍ଟରେ 1ଟାରୁ 6ଟା ପର୍ଯ୍ୟନ୍ତ ଖାତା ଦେଖିବେ ଅଧ୍ୟାପକ । ଗରମ ଦୃଷ୍ଟିରୁ ଏସି ଓ ଫ୍ୟାନର ବ୍ୟବସ୍ଥା କରାଯାଇଛି । ପିଇବା ପାଇଁ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭଲ ପ୍ରଶ୍ନ ପତ୍ର ପଡିଥିଲା । ଯାହା ପିଲାମାନେ ଭଲ ରେଜଲ୍ଟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେବି କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.