ETV Bharat / city

ଦେଶର ଆର୍ଥିକ ମାନ୍ଦାବସ୍ଥା ସାମୟିକ: ଶକ୍ତିକାନ୍ତ ଦାସ

author img

By

Published : Oct 6, 2019, 11:27 AM IST

ଜୟଦେବ ଭବନ ଠାରେ ଆୟୋଜିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଦେଶର ଆର୍ଥିକ ମାନ୍ଦାବସ୍ଥା ଉପରେ ଚର୍ଚ୍ଚା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର

ଭୁବନେଶ୍ବର: ଭାରତୀୟ ଅର୍ଥନୀତିରେ ଦେଖା ଦେଇଥିବା ମାନ୍ଦାବସ୍ଥା ସାମୟିକ । ଖୁବଶୀଘ୍ର ଭାରତ ଏଥିରୁ ମୁକୁଳିବ ଏବଂ ଭବିଷ୍ୟତରେ ଅର୍ଥନୀତିରେ ଉଚ୍ଚ ପ୍ରଗତି ହାସଲ କରିବାର କ୍ଷମତା ରଖିବ ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର

ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସେ ଦେଶର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରିଥିଲେ । ସେ କହିଛନ୍ତି, ବର୍ତ୍ତମାନ ଦେଶର ଅର୍ଥନୀତି କିଛି ସମୟ ପାଇଁ ସ୍ଲୋ ଡାଉନ ଅର୍ଥାତ ଆର୍ଥିକ ମାନ୍ଦାଵସ୍ଥାର ପ୍ରଭାବ ଦେଖିବାକୁ ମିଳୁଛି । ଏଥିରୁ ମୁକୁଳିବାକୁ ସରକାର ଏବଂ ରିଜର୍ଭ ବ୍ୟାଙ୍କର ସାମୂହିକ ପ୍ରଚେଷ୍ଟାରେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରାଯାଇଛି । ସେ ସବୁ ପାରାମିଟରକୁ ଆକଳନ କରିବାରେ ଭାରତର ମାଇକ୍ରୋ ଇକୋନୋମୀ ସହିତ ବିଦେଶୀ ଗଚ୍ଛିତ ପୁଞ୍ଜି ବହୁତ ଭଲ ସ୍ଥିତିରେ ରହିଛି ।

ସେହିଭଳି ଅନେକ ଗୁଡିଏ ପାରାମିଟରକୁ ବିଶ୍ଳେଷଣ କରିବା ପରେ ଭାରତ ଯେଉଁ ଆର୍ଥକ ସଂସ୍କାର ଘୋଷଣା କରିଛି ତାହା ଦୀର୍ଘ ମିଆଦି ଅଟେ । ଭବିଷ୍ୟତରେ ଏହା ବିରାଟ ଆର୍ଥିକ ସଂସ୍କାର ଆଣିବା ସହିତ ଉଚ୍ଚତର ଅର୍ଥନୈତିକ ପ୍ରଗତି ହାସଲ କରିବ ବୋଲି ସଚିକାନ୍ତ ଦାସ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭାରତୀୟ ଅର୍ଥନୀତିରେ ଦେଖା ଦେଇଥିବା ମାନ୍ଦାବସ୍ଥା /ସ୍ଲୋ ଡାଉନ ସାମୟିକ ଅଟେ।ଖୁବଶୀଘ୍ର ଭାରତ ଏଥିରୁ ମୁକୁଳିବା ସହିତ ଭବିଷ୍ୟତରେ ଅର୍ଥନୀତିରେ ଉଚ୍ଚ ପ୍ରଗତି ହାସଲ କରିବାର କ୍ଷମତା ଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କ ର ଗଭରନର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ।

Body:ସ୍ଥାନୀୟ ଜୟଦେବ ଭବନ ଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଯୋଗଦେଇ ସମ୍ବର୍ଦ୍ଧିତ ହେବା ଅବସରରେ ଶ୍ରୀ ଦାସ କହିଛନ୍ତି କି ବର୍ତ୍ତମାନ ପାଇଁ ଦେଶ ର ଅର୍ଥନୀତିରେ କିଛି ସମୟ ପାଇଁ ସ୍ଲୋ ଡାଉନ ଅର୍ଥାତ ଆର୍ଥିକ ମାନ୍ଦାଵସ୍ଥାର ପ୍ରଭାବ ଦେଖିବାକୁ ମିଳୁଛି।ତେବେ ଏଥିରୁ ମୁକୁଳିବାକୁ ସରକାର ଓ ରିଜର୍ଭ ବ୍ୟାଙ୍କ ର ସାମୂହିକ ପ୍ରଚେଷ୍ଟା ରେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରାଯାଇଛି।ତେବେ ସେ ସବୁ ପାରାମିଟର କୁ ଆକଳନ କରିବାରେ ଭାରତର ମାଇକ୍ରୋ ଇକୋନୋମି ସହିତ ବିଦେଶୀଗଛିତ ପୁଞ୍ଜି ବହୁତ ଭଲ ସ୍ଥିତିରେ ରହିଛି।ସେହିଭଳି ଅନ୍ୟ ଅନେକ ଗୁଡିଏ ପାରାମିଟର କୁ ବିଶ୍ଳେଷଣ କରିବା ପରେ ଭାରତ ଭାରତ ଯେଉଁ ଆର୍ଥକ ସଂସ୍କାର ଘୋଷଣା କରିଛି ତାହା ଦୀର୍ଘ ମିଆଦୀ ଅଟେ।ଏବଂ ଏହା ଭବିଷ୍ୟତରେ ବିରାଟ ଆର୍ଥିକ ସଂସ୍କାର ଆଣିବା ସହିତ ଉଚ୍ଚତର ଅର୍ଥନୈତିକ ପ୍ରଗତି ହାସଲ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନାଯୋଗ୍ୟ କି ବିଶିଷ୍ଟ ସଂଗ୍ରାମୀ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ 49ତମ ପୁଣ୍ୟତିଥି ପାଳନ କରାଯାଇଛି।ଯେଉଁଥିରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ଦାସ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ,ସିନେ ସମୀକ୍ଷକ ଦିଲ୍ଲୀପ ହାଲି,ନିଶାମୁକ୍ତି ଆନ୍ଦୋଳନର ମୁଖ୍ୟ ପଦ୍ମଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ଦାସଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।ଶ୍ରୀ ଦାସ ମଧ୍ୟ ପ୍ରାଣନାଥ ପଟ୍ଟନାୟକଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.