ଭୁବନେଶ୍ବର: ସଂକ୍ରମଣକୁ ଦୃଷ୍ଟିରେ ରଖି ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ । କୋଭିଡ୍ ସଂକ୍ରମଣ ବୃଦ୍ଧି ଆଉ ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ନିଆଯାଇଛି ପଦକ୍ଷେପ । ପୂର୍ବତଟ ରେଳବାଇର ସୂଚନାନୁଯାୟୀ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି -
1: ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ
08508/08507 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଏପ୍ରିଲ୍ ଏବଂ ରାୟଗଡା ଠାରୁ 1 ମଇ, 2021ଠାରୁ ବାତିଲ କରାଯାଇଛି |
2. ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ
08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ଉଭୟ ଦିଗରୁ 30 ଏପ୍ରିଲ, 2021 ଠାରୁ ବାତିଲ ରହିବ |
3. ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ
08532/08531 ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30 ଏପ୍ରିଲ୍ ଏବଂ ପାଲାସା ଠାରୁ 1 ମଇ, 2021 ପର୍ଯ୍ୟନ୍ତ ବାତିଲ ରହିବା ନେଇ ପୂର୍ବତଟ ରେଳବାଇର ଘୋଷଣା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ