ETV Bharat / city

ରାଜଧାନୀବାସୀଙ୍କୁ ଡରାଇଲାଣି ବର୍ଷା, ସରିନି ଡ୍ରେନେଜ କାମ

author img

By

Published : Jul 3, 2020, 3:27 PM IST

ସ୍ମାର୍ଟସିଟି ବାସୀଙ୍କୁ ଘାରିଲାଣି ଜଳବନ୍ଦୀ ଚିନ୍ତା । ବର୍ଷା ଆସୁ ଆସୁ ମୁଣ୍ଡ ଟେକିଲାଣି ଡ୍ରେନେଜ ସମସ୍ୟା । କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ କାହିଁକି ବର୍ଷା ଆସିଲେ ବିଏମସିର ମନେ ପଡେ ଡ୍ରେନେଜ କଥା । ଅଧିକ ପଢନ୍ତୁ...

ରାଜଧାନୀବାସୀଙ୍କୁ ଡରାଇଲାଣୀ ବର୍ଷା, ସରିନି ଡ୍ରେନେଜ

ଭୁବନେଶ୍ବର: ବର୍ଷା ଆସିଲେ ରାଜଧାନୀବାସୀଙ୍କୁ ଘାରେ ଡ୍ରେନେଜ ଚିନ୍ତା । ଅସରାଏ ବର୍ଷାରେ ବେହାଲ ହୋଇପଡେ ସ୍ମାର୍ଟ ସିଟି । ଯାହାର ନଜିର ପ୍ରତିବର୍ଷ ଦେଖିବାକୁ ମିଳେ । ହେଲେ ବ୍ୟବସ୍ଥା ଯଥା ପୂର୍ବଂ ତଥା ପରମ । ଚଳିତ ବର୍ଷ ରାଜ୍ୟକୁ ମୌସୁମୀ ପ୍ରବେଶ କରିଛି । କିନ୍ତୁ ଭୁବନେଶ୍ବର ଗଳିକନ୍ଦିରେ ଥିବା ଡ୍ରେନ ଏବେ ବି ମୁକୁଳା ପଡିଛି । କେଉଁଠି ସ୍ଲାବ ପଡିନି ତ କେଉଁଠି ଅଳିଆ ଆବର୍ଜନା ଏଯାବତ ସଫେଇ ହୋଇପାରି ନାହିଁ । ଆଉ କେଉଁଠି ଭଙ୍ଗା ଅବସ୍ଥାରେ ପଡିଛି ଡ୍ରେନ । ଯାହା ଆଗକୁ ଜଳବନ୍ଦୀ କରିବାର ଆଶଙ୍କା ସୃଷ୍ଟି କରିବା ସହ ନାନା ଦୁର୍ଘଟଣାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ । ସେପଟେ ସ୍ମାର୍ଟସିଟି ବାସୀଙ୍କ ଅଭିଯୋଗ ବର୍ଷା ଆସିଲେ ବିଏମସିର ମନେ ପଡେ ଡ୍ରେନେଜ କଥା ।

ଭୁବନେଶ୍ୱରରେ ମୋଟ ୫୦୦ କିମି ଡ୍ରେନ ରହିଛି । ସହର ଭିତରେ ୧୦ଟି ବଡ ଡ୍ରେନ ଓ ୩ଟି ଛୋଟ ଡ୍ରେନ । ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ବିଏମସି ପକ୍ଷରୁ ଡ୍ରେନ କାର୍ଯ୍ୟ ଚାଲେ। ଜଳବନ୍ଦୀ ସମସ୍ୟା ଉପଜୁଥିବା 37ଟି ସମ୍ବେଦନଶୀଳ ମଧ୍ୟ ଚିହ୍ନଟ ହୋଇଛି । ସେପଟେ, ଦ୍ବାର ଦେଶରେ ବର୍ଷା ଥିବା ସତ୍ତ୍ବେ ଏଥର ବିଏମସି ପକ୍ଷରୁ କାମ ଆରମ୍ଭ ହୋଇନାହିଁ । ବ୍ରିଟ କଲୋନୀ ହେଉ କି ବରଗଡ ଅଞ୍ଚଳରେ ସବୁଠି ଏବେ ଗୋଟିଏ ମୁଖ୍ୟ ସମସ୍ୟା ପାଲଟିଛି ଡ୍ରେନେଜ । ଯାହାକୁ ନେଇ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ବିଏମସିର ପୂର୍ବତନ କର୍ପୋରେଟ ବନ୍ଦନା ।

ସେପଟେ, ବିଏମସିର ମୁଖ୍ୟଯନ୍ତ୍ରୀ କହିଛନ୍ତି, କୋରୋନା ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି । ବିଏମସି କର୍ତ୍ତୃପକ୍ଷ ଯୁଦ୍ଧକାଳିନ ଭିତ୍ତିରେ ଏହାର କାର୍ଯ୍ୟରେ ଲାଗିଛନ୍ତି । ତେବେ କେବଳ ବିଏମସି ନୁହେଁ ଆରଆଣ୍ଡବି ରାସ୍ତା କଡ ଡ୍ରେନର ମରାମତି କାର୍ଯ୍ୟ କରୁଛନ୍ତି । ବିଏମସି କୋଟି କୋଟି ଟଙ୍କାର ଡ୍ରେନେଜ ନିର୍ମାଣ, ପଙ୍କ ଉଦ୍ଧାର କାର୍ଯ୍ୟ କରୁଥିବାର ସେ କହିଛନ୍ତି ।

ମାର୍ଚ୍ଚ ମାସରୁ ବିଏମସି ୧୦ ଟି ବଡ ଡ୍ରେନର ପାଖାପାଖି ୫୬ କିମି ଡିସିଲଟିଂ କାର୍ଯ୍ୟ ସରିଛି। ବିଏମସି ପରିଚାଳିତ ୱାର୍ଡ ଡ୍ରେନ ପ୍ରାୟ ୨୦ କିମି ସଫା ନିର୍ମାଣ ହୋଇଛି। ୩ଟି ଏଜେନ୍ସି ମଧ୍ୟ ଡ୍ରେନ ସଫେଇ ସହ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ୨୬ ଟି ସମ୍ବେଦନଶୀଳ ଜଳବନ୍ଦୀ ସ୍ଥାନରେ ମୋଟର ପମ୍ପର ବ୍ୟବସ୍ଥା ହୋଇଛି । ବିଏମସି ଅଗ୍ନିଶମ ବିଭାଗ ଦ୍ଵାରା ଜଳନିଷ୍କାସନ କାର୍ଯ୍ୟ ତୁରନ୍ତ ହେବ ବୋଲି ବିଏମସି ଡ୍ରେନେଜ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିୟା ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.