ETV Bharat / city

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ ପାଇଁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ: ଉଚ୍ଚ ଶିକ୍ଷାମନ୍ତ୍ରୀ

author img

By

Published : Sep 2, 2021, 7:43 PM IST

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ ପାଇଁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଯାହାଦ୍ୱାରା କୌଣସି ମେଧାବୀ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେବାକୁ ବଞ୍ଚିତ ନହୁଅନ୍ତୁ। ଅଧିକ ପଢନ୍ତୁ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ ପାଇଁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ: ଉଚ୍ଚ ଶିକ୍ଷାମନ୍ତ୍ରୀ
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆବେଦନ ପାଇଁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଉ: ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଏକ ସମାନ ଏକାଡେମିକ୍ କ୍ୟାଲେଣ୍ଡର UGC ଜୁଲାଇ ମାସରେ ଏକ ଗାଇଡଲାଇନ୍ ଜାରି କରିଥିଲା। ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ UG ଫାଇନାଲ୍ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ 31 ତାରିଖ ସୁଦ୍ଧା ଶେଷ ହେବ। ସେପ୍ଟେମ୍ବର 30 ସୁଦ୍ଧା PG ପାଠ୍ୟକ୍ରମରେ ଆଡମିଶନ ହେବା ସହ ଅକ୍ଟୋବର 1 ତାରିଖରୁ PG କ୍ଳାସ ଆରମ୍ଭ ହେବ। ତେବେ UGCର ଏହି ଗାଇଡଲାଇନ ଅନୁଯାୟୀ ସମସ୍ତ UG ଫାଇନାଲ୍ ପରୀକ୍ଷା ରାଜ୍ୟରେ ଠିକ ସମୟରେ ଶେଷ ହୋଇଛି। ସେପ୍ଟେମ୍ବର15 ସୁଦ୍ଧା ଫଳାଫଳ ପ୍ରକାଶିତ ହେବାର ଆଶା କରାଯାଉଥିବା ବେଳେ ଅନେକ ପାଠ୍ୟକ୍ରମରେ ମଧ୍ୟ ଫଳାଫଳ ପ୍ରକାଶ ହୋଇସାରିଛି।

ଉପରୋକ୍ତ UGC ଗାଇଡଲାଇନ ଅନୁଯାୟୀ, ପିଜି ପାଠ୍ୟକ୍ରମରେ ଆଡମିଶନ ସେପ୍ଟେମ୍ବର 30 ସୁଦ୍ଧା ଶେଷ ହେବା ଉଚିତ। ଆବେଦନକାରୀ ମାନେ ସେମାନଙ୍କର UG ଫାଇନାଲ୍ ସେମିଷ୍ଟାର ଫଳାଫଳ, ମାର୍କସିଟ୍ ଦାଖଲ କରିବାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସମୟ ଦେବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଯାହା ଦ୍ୱାରା କୌଣସି ମେଧାବୀ ଛାତ୍ରଛାତ୍ରୀ ଓଡିଶା କିମ୍ବା ଓଡିଶା ବାହାର ରାଜ୍ୟରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେବାକୁ ବଞ୍ଚିତ ନହୁଅନ୍ତୁ।

ସୂଚନା ଅନୁଯାୟୀ, ଅଗଷ୍ଟ 30 ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଚିଠି ଲେଖିଥିଲେ। ଛାତ୍ରଛାତ୍ରୀଙ୍କୁ ସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ପ୍ରକାଶ କରାଯାଉ। ପ୍ରୋଭିଜିନାଲ ମାର୍କସିଟ୍‌ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନେ ଅନେକ ବିଶ୍ବବିଦ୍ୟାଳୟରେ ନାଁ ଲେଖାଇବାରୁ ବଞ୍ଚିତ ହେଉଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.