ETV Bharat / city

ତୁଟିଲା ବିବାଦ, ଏବର୍ଷ ଅନୁଷ୍ଠିତ ହେବ କପିଳେଶ୍ବରଙ୍କ ହାଣ୍ଡିଭଙ୍ଗା ଯାତ୍ରା - kapileswer temple

ଚଳିତ ବର୍ଷ କପିଳେଶ୍ବରଙ୍କ ହାଣ୍ଡି ଭଙ୍ଗା ଯାତ୍ରା ଅନୁଷ୍ଠିତ ହେବା ନେଇ ସହମତି ପ୍ରକାଶ ପାଇଛି । ଅଧିକ ପଢ୍ତୁ....

ତୁଟିଲା ବିବାଦ,ଚଳିତ ବର୍ଷ ଅନୁଷ୍ଠିତ ହେବ କପିଳଶ୍ବରଙ୍କ ହାଣ୍ଡି ଭଙ୍ଗା ଯାତ୍ରା

author img

By

Published : Mar 17, 2021, 9:22 PM IST

ଭୁବନେଶ୍ବର: ଚଳିତ ବର୍ଷ କପିଳେଶ୍ବରଙ୍କ ହାଣ୍ଡି ଭଙ୍ଗା ଯାତ୍ରା ଅନୁଷ୍ଠିତ ହେବା ନେଇ ସହମତି ପ୍ରକାଶ ପାଇଛି । ଏନେଇ ବୁଧବାର ଲିଙ୍ଗରାଜ ମନ୍ଦିର ପ୍ରଶାସନ,ବିଏମସି,ଲିଙ୍ଗରାଜ ସେବାୟତ ନିଯୋଗ,ମଲିଆ ,ଖୁଣ୍ଟିଆ ସେବାୟତଙ୍କ ସହ ଆଲୋଚନା ପରେ ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟି ସନତ କୁମାର ମହାନ୍ତି ।

ତୁଟିଲା ବିବାଦ,ଚଳିତ ବର୍ଷ ଅନୁଷ୍ଠିତ ହେବ କପିଳଶ୍ବରଙ୍କ ହାଣ୍ଡି ଭଙ୍ଗା ଯାତ୍ରାତୁଟିଲା ବିବାଦ,ଚଳିତ ବର୍ଷ ଅନୁଷ୍ଠିତ ହେବ କପିଳଶ୍ବରଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ଦୀର୍ଘ ୫ ବର୍ଷ ପରେ ହେବ କପିଳେଶ୍ଵର ମହାଦେବଙ୍କ ହାଣ୍ଡି ଭଙ୍ଗା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଶୁକ୍ରବାର ଠାରୁ ପୂଜା ସ୍ବାଭାବିକ ହେବ । ୨୦୧୫ ରୁ ମନ୍ଦିରର ମାଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ବନ୍ଦ ରହିଥିଲା ନୀତିକାନ୍ତି । ଆଜି ରାଜ୍ୟ ସର୍କିଟ ହାଉସରେ 2 ସେବାୟତଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଶୁକ୍ରବାର ଠାରୁ ପୂଜା ହେବ। ପରମ୍ପରା ଅନୁଯାୟୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ସରିବାର ପରବର୍ତ୍ତୀ ଶନିବାର ଦିନ କପିଳେଶ୍ଵର ମନ୍ଦିରର ହାଣ୍ଡିଭଙ୍ଗା ଯାତ୍ରା ହେବାର ପରମ୍ପରା ରହିଛି । ଚଳିତ ବର୍ଷ ଅମାବାସ୍ୟା ପାଇଁ ଏହା ଦ୍ବିତୀୟ ଶନିବାର ଅନୁଷ୍ଠିତ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.