ETV Bharat / city

ରାଜ୍ୟରେ ଋଣ ଭାର ବଢିବା ଅଭିଯୋଗରେ ଶାସକ ଦଳକୁ ଘେରିଲା କଂଗ୍ରେସ

author img

By

Published : Sep 8, 2021, 6:42 PM IST

ଦିନକୁ ଦିନ ରାଜ୍ୟର ଋଣ ଭାର ବଢିବାରେ ଲାଗିଛି । ଆଉ ଏହି ଋଣ ନେଇ ରାଜ୍ୟ ସରକାର କେଉଁ ବିଭାଗରେ କେତେ ପୁଞ୍ଜି ବିନିଯୋଗ କରିଛନ୍ତି ତାହାର ହିସାବ ମାଗିଛି କଂଗ୍ରେସ ଦଳ । ଅଧିକ ପଢନ୍ତୁ...

ରାଜ୍ୟରେ ଋଣ ଭାର ବଢୁଥିବା ଅଭିଯୋଗରେ ଶାସକ ଦଳକୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଋଣ ଭାର ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଆଉ ଆଗକୁ ଋଣ ଯନ୍ତାରେ ପଡିବାକୁ ଯାଉଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟରେ ମୁଣ୍ଡ ପିଛା ଋଣ ବୋଝ ୨୩୭୬୧ ଟଙ୍କାରେ ପହଁଞ୍ଚି ଥିବାବେଳେ ଗତ 10 ବର୍ଷରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ଦ୍ଵିଗୁଣିତ ହୋଇଥିବା ନେଇ କହିଛି କଂଗ୍ରେସ ଦଳ ।

ତେବେ ରାଜ୍ୟରେ ଯେଉଁ ଉଦ୍ଦେଶ୍ୟ ପାଇଁ ଋଣ କରାଯାଉଛି ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉ ନଥିବା ନେଇ ଆଭିଯୋଗ କରିଛି କଂଗ୍ରେସ ଦଳ । ସରକାର ବଜେଟରେ ଯାହା କହୁଛନ୍ତି ତାହା କରୁନାହାନ୍ତି । ଏବେ ସୁଦ୍ଧା ରାଜ୍ୟରେ 1 ଲକ୍ଷ 22 ହଜାର କୋଟି ଟଙ୍କା ଋଣ ହୋଇ ସାରିଛି । ସେଥି ମଧ୍ୟରୁ କୌଣସି ବୃହତ ଶିଳ୍ପାନୁଷ୍ଠାନ ତିଆରି ହେଲାନାହିଁ । ଏବେବି ରାଜ୍ୟ ବାହାରକୁ ଲୋକ ଦାଦନ ପାଇଁ ଦାଦନ ଖଟିବାକୁ ଯାଉଥିବା ନେଇ କଂଗ୍ରେସ ବିଜେଡି ଦଳକୁ ଟାର୍ଗେଟ କରିଛି ।

ସେପଟେ ସରକାରଙ୍କ ନିଜସ୍ବ ଆୟ 50 ହଜାର କୋଟି ବି ନୁହେଁ । ଏଥିରୁ ସ୍ପଷ୍ଟ ସରକାର 21 ବର୍ଷରେ କିଛି କରିନାହାଁନ୍ତି । ଦୀର୍ଘ ମିଆଦି ଯୋଜନା ନ କରି ଭୋଟ ବ୍ୟାଙ୍କକୁ ଦେଖି ଯୋଜନା କରୁଛନ୍ତି । ଆଉ ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ଗୋଟିଏ ପରିବାର ଦିନକୁ 187 ଟଙ୍କା ଖର୍ଚ୍ଚ କରୁଛନ୍ତି । ସମୁଦାୟ ଋଣର 97 ପ୍ରତିଶତ ପ୍ରଶାସନିକ ବ୍ୟୟ ବରାଦରେ ଖର୍ଚ୍ଚ ହେଉଥିବା ନେଇ କଂଗ୍ରେସ ଦଳର ମୁଖପାତ୍ର ପ୍ରଶାନ୍ତ ଶତପଥୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କୁ ତିନୋଟି ଦାବି । 21 ବର୍ଷରେ ରାଜ୍ୟରେ କେତେ ଋଣ କରାଯାଇଛି ଓ କେତେ ଲାଭ ପାଇଛନ୍ତି ସେନେଇ ଶ୍ବେତପତ୍ର ପ୍ରଦାନ କରନ୍ତୁ ରାଜ୍ୟ ସରକାର । ଆଉ ତା ସହିତ ଋଣ ପୁଞ୍ଜି ଭାବରେ ବ୍ୟବହାର କରିଥିବା ଟଙ୍କାରୁ କେତେ ଆୟ ହୋଇଛି ଓ ଋଣର ବିନିଯୋଗ ଉପରେ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.