ETV Bharat / city

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବହିଷ୍କାର ଦାବି କଲା କଂଗ୍ରେସ

author img

By

Published : Feb 1, 2021, 10:52 PM IST

ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବହିଷ୍କାର ଦାବିକଲା କଂଗ୍ରେସ। ବିଭିନ୍ନ ଯୋଜନାରେ ଓ ପୁରଷ୍କାରକୁ ନେଇ ମନ୍ତ୍ରୀ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମଳନୀ କରିଛି କଂଗ୍ରେସ। ଅଧିକ ପଢ଼ନ୍ତୁ...

The Congress demanded the resignation of Minister Ashok Panda
ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବହିଷ୍କାର ଦାବି କଲା କଂଗ୍ରେସ। ବିଭିନ୍ନ ଯୋଜନାରେ ଓ ପୁରଷ୍କାରକୁ ନେଇ ମନ୍ତ୍ରୀ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛି କଂଗ୍ରେସ । କମିଟିର ବରିଷ୍ଠ ନେତା ପଦ୍ମାକର ଗୁରୁ ଓ ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ମନ୍ତ୍ରୀଙ୍କୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି । ଏହାକୁ ନେଇ ମଙ୍ଗଳବାର କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଲୋକାୟୁକ୍ତଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବୋଲି କଂଗ୍ରେସ କହିଛି ।

ବହୁ ଦିବ୍ୟାଙ୍ଗ ଅନୁଷ୍ଠାନରେ ବ୍ୟାପକ ଅର୍ଥ ଦେବା, ପିଲା ନଥାଇ ଅନୁଷ୍ଠାନରେ ପିଲା ଦେଖାଇ ଅର୍ଥ ହରିଲୁଟ ଓ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଅଭିଯୋଗର ମନ୍ତ୍ରୀ ଅଶୋକ ପଣ୍ଡା ଆଦୌ କର୍ଣ୍ଣପାତ କରିନଥିବା ଅର୍ଥ ହେର ଫେରର ଅଡିଟ ନ କରିବା ଆଦି ଅଭିଯୋଗ ହୋଇଛି ।

ଅର୍ଥ ହେରଫେର ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ଏପରି ଘଟଣାରେ ବହୁ ପ୍ରଭାବଶାଳୀ ରାଜନେତା, ସରକାରୀ ବାବୁ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସଂପୃକ୍ତି ରହିଛି । ସେମାନଙ୍କର କଲ ରେକର୍ଡକୁ ଯାଞ୍ଚ କରିବା ପାଇଁ ପିସିସିର ପ୍ରାକ୍ତନ ମୁଖପାତ୍ର ଗୁରୁ ଦୃଢ଼ ଦାବି କରିଛନ୍ତି । ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ସ୍ବାଭିମାନ ଜଳାଞ୍ଜଳି ଦେଇଥିବାରୁ ମନ୍ତ୍ରୀ ପଣ୍ଡା ଏବଂ ଆୟୋଗ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦେବାକୁ ଉଭୟ ନେତା ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.