ଭୁବନେଶ୍ବର: ବୁଧବାର ବସିବ ମନ୍ତ୍ରୀ ପରିଷଦର ବୈଠକ । ଅପରାହ୍ନ ୫.୩୦ରେ ବସିବ ବୈଠକ । ଭିଡିଓ କନଫରେନ୍ସ ଜରିଆରେ ବସିବ ବୈଠକ । ଏହି ବୈଠକରେ ରାଜ୍ୟର କୋରନା ସ୍ଥିତି ନେଇ ମନ୍ତ୍ରୀ ପରିଷଦରେ ଆଲୋଚନା ହେବ ।
କୋରନା ସମୟରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଖାଉଟି ସାମଗ୍ରୀ ଦରଦାମ ନିୟନ୍ତ୍ରଣ ଉପରେ ଆଲୋଚନା ହେବାର ସମ୍ବାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବାଜିବ ମୋହର ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ