ETV Bharat / city

ତୃତୀୟ ଲହରକୁ ନେଇ ପ୍ରସ୍ତୁତ ବିଏମସି, ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା

author img

By

Published : Aug 27, 2021, 7:12 PM IST

ରାଜ୍ୟରେ ତୃତୀୟ ଲହରକୁ ନେଇ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦ୍ୱିତୀୟ ଡୋଜ ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ସହ ଖୁବଶୀଘ୍ର ଶିଶୁଙ୍କ ଟୀକାକରଣ ହେବ କହିଲେ ବିଏମସି କମିଶନର ସଞ୍ଜୟ ସିଂ । ଅଧିକ ପଢନ୍ତୁ...

ତୃତୀୟ ଲହରକୁ ନେଇ ପ୍ରସ୍ତୁତ ବିଏମସି, ଶିଶୁଙ୍କୁ ଟୀକାକରଣ ଉପରେ ଅଧିକ ଗୁରୁତ୍ୱ

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ ହେବାରେ ଲାଗିଛି କୋଭିଡ ସଂକ୍ରମଣ । ଆଉ ଦ୍ବିତୀୟ ଲହର ନ ସରୁଣୁ ପୁଣି ଡରାଇଛି ତୃତୀୟ ଲହର ଭୟ । ସେପଟେ ତୃତୀୟ ଲହର ପାଇଁ ବିଏମସି ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଛନ୍ତି ବିଏମସି କମିସନର । ସେ କହିଛନ୍ତି କି ଏବେବି ରାଜଧାନୀରେ ଟୀକାକରଣ ଜାରି ରହିଛି ଆଉ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଖୁବଶୀଘ୍ର ଟୀକାକରଣ କରାଯିବ ।

ଅନ୍ୟପଟେ ଟୀକାକରଣ ପାଇଁ ଦ୍ୱିତୀୟ ଡୋଜ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ତା ସହିତ ରାଜ୍ୟରେ ଶିଶୁ ମାନେ ଅଧିକ ସଂଖ୍ୟାରେ କୋଭିଡ ସଂକ୍ରମିତ ହେଉଥିବାରୁ ସେମାନଙ୍କୁ ଟୀକାକରଣ ନେଇ ଅଧିକ ଗୁରୁତ୍ବ ଦିଆଯିବ । ଏଥିପାଇଁ ଆଉ ଅତିରିକ୍ତ 11 ଲକ୍ଷ ଟିକା ଆସିବା ନେଇ ସୂଚନା ମିଳିଛି । ଯେଉଁଥିରୁ 9 ଲକ୍ଷ 92 ହଜାର 380 କୋଭିସିଲ୍ଡ଼ ଓ 1 ଲକ୍ଷ 24 ହଜାର କୋଭାକ୍ସିନ ଟିକା ଆସିବ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2 କୋଟି 11 ଲକ୍ଷ 46 ହଜାର 189 ଜଣ ଟିକା ନେଇଥିବାବେଳେ ପ୍ରଥମ ଡୋଜ ନେଇଛନ୍ତି 1 କୋଟି 60 ଲକ୍ଷ 95 ହଜାର 485 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 50 ଲକ୍ଷ 50 ହଜାର 703 ଜଣ । 60ରୁ ଊର୍ଦ୍ଧ୍ବ ବୟସ୍କ ଲୋକମାନେ 50 ଲକ୍ଷ ଟୀକାକରଣ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.