ETV Bharat / city

ସରକାରୀ ଡାକ୍ତରଙ୍କ ବିରୋଧରେ ଆଚରଣବିଧି ଉଲଙ୍ଘନ ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି

ପିପିଲିରେ ଉପନିର୍ବାଚନ ମତଦାନ ପୂର୍ବରୁ ଆଚରଣବିଧି ଉଲଙ୍ଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ଅଧିକ ପଢନ୍ତୁ..

author img

By

Published : Mar 30, 2021, 7:03 PM IST

ସରକାରୀ ଡାକ୍ତରଙ୍କ ବିରୋଧରେ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ,  ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର: ଆଚରଣବିଧି ଉଲଙ୍ଘନ ଅଭିଯୋଗ କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ। ପିପିଲି ଉପନିର୍ବାଚନରେ ଜଣେ ସରକାରୀ ଡାକ୍ତର ଖୋଲାଖୋଲି ଭାବେ ଶାସକ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ନେଇ ମଙ୍ଗଳବାର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି। ରାଜ୍ୟ ବିଜେପିର ଏକ 3 ଜଣିଆ ପ୍ରତିନିଧି ମଣ୍ଡଳୀ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ।

ଉପନିର୍ବାଚନ ଆରମ୍ଭରୁ ଏଭଳି ଉଦ୍ୟମ ଶାସକ ଦଳ ସପକ୍ଷରେ ହେଉଥିବାରୁ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ପିପିଲି ଉପନିର୍ବାଚନରେ ବିଜେପି ପକ୍ଷରୁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.