ETV Bharat / city

ହିଂସ୍ର ଆଚରଣରୁ ନଜର ହଟାଇବାକୁ ଉଦ୍ୟମ କରୁଛି ବିଜେପି: ବିଜେଡି - ବିଜେଡି ମୁଖପାତ୍ର ସସ୍ମିତ ପାତ୍ର

ବାଚସ୍ପତିଙ୍କ ଉପରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଚପଲ ଫିଙ୍ଗିବା ପ୍ରସଙ୍ଗକୁ ବିଜେପିକୁ ଘେରିଲା ବିଜେଡି । ଅଧିକ ପଢନ୍ତୁ....

ହିଂସ୍ର ଆଚରଣରୁ ନଜର ହଟାଇବାକୁ ଉଦ୍ୟମ କରୁଛି ବିଜେପି : ବିଜେଡି

author img

By

Published : Apr 4, 2021, 10:55 PM IST

ଭୁବନେଶ୍ବର: ବାଚସ୍ପତିଙ୍କ ଉପରେ ଭାରତୀୟ ଜନତା ପାର୍ଟିର ବିଧାୟକ ମାନେ ଚପଲ ଫିଙ୍ଗିବା ଏକ ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ୟାଜନକ ଘଟଣା। ଏଭଳି ଦୁଃଖଦ ଓ ଅଶୋଭନୀୟ ଘଟଣାକୁ ସାଢେ 4 କୋଟି ଓଡିଶାବାସୀ ତୀବ୍ର ନିନ୍ଦା ଓ ସମାଲୋଚନା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ସସ୍ମିତ କହିଛନ୍ତି ଗୋଟିଏ ରାତି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବସିଲା ପରେ ବିଜେପି ବିଧାୟକଙ୍କୁ ସବୁଦ୍ଧି ମିଳିଥିବ । ତାଙ୍କର ଜ୍ଞାନଚକ୍ଷୁ ଖୋଲିଥିବ । କିନ୍ତୁ ତାହା ହେଲାନାହିଁ । ଆଜି ସକାଳେ ସେମାନଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଯାଇଛି ବୋଲି ସସ୍ମିତ କହିଛନ୍ତି । ଏ ପ୍ରକାର ହିଂସା ଭିଆଇଲା ପରେ ମଧ୍ୟ ଆଜି ପୁଣି ଯାଇ ରାଜ୍ୟପାଳଙ୍କୁ ଭେଟିବାରୁ ସ୍ପଷ୍ଟ ଯେ ବିଜେପି ବିଧାୟକମାନେ ନିଜର ହିଂସ୍ର ଆଚରଣକୁ ଘଣ୍ଟ ଘୋଡାଇବାକୁ ଅପଚେଷ୍ଟା କରୁଛନ୍ତି । ଲୋକଙ୍କ ଆଖିରେ ଧୂଳିଦେଇ ଏହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚାହୁଁଛନ୍ତି । ଚୋର ମୁହଁ ଟାଣ ଭଳି ଭୁଲ କରି ମଧ୍ୟ ନିଜର ଭୁଲ୍‌କୁ ଠିକ୍ କହିବାର କୌଶଳ ବିଜେପି ବିଧାୟକମାନଙ୍କୁ ଜଣା ବୋଲି ସସ୍ମିତ କହିଛନ୍ତି ।

ବିଜେପି ବିଧାୟକମାନେ କ’ଣ ଏହା ସୂଚାଇ ଦେବାପାଇଁ ଚାହୁଁଛନ୍ତି ଯେ ଯଦି ବିଧାନସଭା କିମ୍ବା ଲୋକସଭା ବା ରାଜ୍ୟସଭାରେ ବିଧାୟକ କିମ୍ବା ସାଂସଦମାନେ ବାଚସ୍ପତି ବା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ସହିତ ସହମତ ନାହାନ୍ତି, ସେମାନେ ତାଙ୍କ ଉପରକୁ ଚପଲ ଫୋପାଡିବେ ? ସିଏଏ , କୃଷକ ବିଲ୍ , ଦିଲ୍ଲୀ ଏସିଟି ଭଳି ଅନେକ ସ୍ପର୍ଶକାତର ବିଲ୍ ସଂସଦରେ ଆସିଥିଲା ଓ ଅନେକ ସଦସ୍ୟ ଏହାକୁ ନେଇ ଅରାଜି ଥିଲେ । ତେବେ କଣ ସଦସ୍ୟମାନେ ଜୋତା ଓ ଚପଲ ଫୋପାଡିବେ କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ଲୋକମାନେ ସମସ୍ତ ପ୍ରକାରର ହିଂସା ବିଶେଷକରି ଜନପ୍ରତିନିଧିଙ୍କ ଦ୍ଵାରା କରାଯାଉଥିବା ହିଂସାକୁ ପ୍ରତ୍ୟାଖ୍ୟାନ କରିଥାନ୍ତି । ଏବେ ବି ସମୟ ଅଛି, ଆନ୍ତରିକତାର ସହ ନିଜର ଭୁଲ୍ ପାଇଁ ବିଜେପି ବିଧାୟକମାନେ ସାଢେ 4କୋଟି ଓଡିଶାବାସୀଙ୍କୁ କ୍ଷମାମାଗି ପ୍ରାୟଶ୍ଚିତ କରନ୍ତୁ ବୋଲି ସସ୍ମିତ ପରାମର୍ଶ ଦେଇଛନ୍ତି । ଏହା ନକଲେ କେବଳ ଓଡିଶାବାସୀ ନୁହନ୍ତି, ସେମାନଙ୍କ ନିର୍ବାଚନ ମଣ୍ଡଳୀର ଭୋଟରମାନେ ମଧ୍ୟ ବିଜେପି ବିଧାୟକମାନଙ୍କୁ କ୍ଷମା କରିବେ ନାହିଁ ବୋଲି ସସ୍ମିତ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.