ETV Bharat / city

ରାଜ୍ୟସରକାରଙ୍କ ଆର୍ଶୀବାଦ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ରାଜ୍ୟରେ ଅନାଥ ଶିଶୁ ତଥା ପୋଷ୍ୟପୁତ୍ର ଭାବରେ ବାସ କରି ଆସୁଥିବା ଶିଶୁଙ୍କୁ 'ଆଶୀର୍ବାଦ' ଯୋଜନାରେ ମିଳିବ ଆର୍ଥିକ ସହାୟତା । ଅଧିକ ପଢନ୍ତୁ...

ରାଜ୍ୟସରକାରଙ୍କ ଆର୍ଶୀବାଦ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
ରାଜ୍ୟସରକାରଙ୍କ ଆର୍ଶୀବାଦ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
author img

By

Published : Jun 21, 2021, 5:16 PM IST

ଭୁବନେଶ୍ବର: ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା 'ଆଶୀର୍ବାଦ' । ଗତ ଏପ୍ରିଲ ପହିଲା 2020ରୁ ଉଭୟ ବାପା, ମା ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ଯୋଜନା ଆଶୀର୍ବାଦ । ସେମାନଙ୍କ ଶିକ୍ଷା ଦୀକ୍ଷା ଭରଣପୋଷଣ ପାଇଁ ରାଜ୍ୟ ସରକାର ମାସିକ ୨୫୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ।

ରାଜ୍ୟସରକାରଙ୍କ ଆର୍ଶୀବାଦ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
ଏହି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେପି ନେତା ମୋହନ ମାଝି କହିଛନ୍ତି ଯେ, ଏହି ଯୋଜନା କାହା ପାଖରେ କାର୍ଯ୍ୟକାରୀ କରାଯିବ । ଏହାସହ ରାଜ୍ୟରେ କୋରୋନାରେ କେତେ ମୃତ୍ୟୁ ବରଣ କରିଛନ୍ତି, କେତେ ଶିଶୁ ଅନାଥ ହୋଇଛନ୍ତି ତାହାର ହିସାବ ନାହିଁ । କେବଳ ମିଡିଆରେ କେତେକ ଶିଶୁ ଅନାଥ ହୋଇଛନ୍ତି ଆସୁଛି ତା' ଠାରୁ ଅଧିକ ରହିଛନ୍ତି । ସେମାନେ କିଭଳି ଯୋଜନାରେ ଲାଭ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ଏହାସହ ୨୫୦୦ ଟଙ୍କା ଦେବାକୁ ମଧ୍ୟ ପ୍ରଶ୍ନ କରିଛନ୍ତି ମୋହନ ।

୨୫୦୦ ଟଙ୍କାରେ କେମିତି ଲାଭଦାୟକ ହେବ, ପାଠପଢା, ଅନ୍ୟ ଖର୍ଚ୍ଚ ବାବଦରେ ୨୫୦୦ ଟଙ୍କା ନ୍ୟୁନ ବୋଲି ସେ କହିଛନ୍ତି । ୨୫୦୦ ଟଙ୍କା ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ସରକାର ତଦନ୍ତ କରି ତାଲିକା ପ୍ରସ୍ତୁତ କରିବା ସହ ଶ୍ଵେତପତ୍ର ଦିଅନ୍ତୁ ସରକାର । ସେପଟେ ବିଧାୟକମାନେ ମଧ୍ୟ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ମୋହନ ମାଝୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.