ETV Bharat / city

ବାତ୍ୟା ମୁକାବିଲା ପାଇଁ ବିଜେପି ଗଠନ କଲା ସମନ୍ବୟ ଟିମ - bay of bengal

ବାତ୍ୟା ୟସକୁ ମୁକାବିଲା କରିବା ନେଇ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାରେ ୩ ଜଣିଆ ଜିଲ୍ଲା ସମନ୍ବୟ କମିଟି ଗଠନ ହୋଇଛି । ଅଧିକ ପଢନ୍ତୁ...

ବାତ୍ୟା ମୁକାବିଲା ପାଇଁ ବିଜେପି ଗଠନ କଲା ସମନ୍ବୟ ଟିମ

author img

By

Published : May 25, 2021, 7:58 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇ ଘନୀଭୂତ ହେଉଥିବା ବାତ୍ୟା ୟସ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରିବ । ଏହା ଦ୍ଵାରା ରାଜ୍ୟର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲା ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନାଦେଇଛି ।

ବାତ୍ୟା ପ୍ରବାହିତ ଅଞ୍ଚଳରେ ବହୁ ଧନଜୀବନ, ପଶୁସମ୍ପଦ କ୍ଷୟକ୍ଷତି ମଧ୍ୟ ହେବ ଗତ କାଲି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡାଙ୍କ ସହ ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଞ୍ଚଳ ବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ୟସ ମୁକାବିଲା ପାଇଁ ପାର୍ଟି ତରଫରୁ ଏକ ରାଜ୍ୟସ୍ତରୀୟ ସମନ୍ବୟ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି ଗଠନ କରିବାକୁ ଶ୍ରୀ ନନ୍ଦା ପରାମର୍ଶ ଦେଇଥିଲେ ।

ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ଵୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ୫ ଜଣିଆ ରାଜ୍ୟ ସମନ୍ବୟ କମିଟି ଗଠନ କରିଛନ୍ତି ପୂର୍ବତନ ରାଜସ୍ବ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଏହି କମିଟିର ରାଜ୍ୟ ସଂଯୋଜକ ହୋଇଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାଶ ସଦସ୍ୟ ଅଛନ୍ତି ସେହିପରି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାରେ ୩ ଜଣିଆ ଜିଲ୍ଲା ସମନ୍ବୟ କମିଟି ଗଠନ ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.