ଭୁବନେଶ୍ବର: ବିଜେଡି ଆମ ସଂଗଠନ ପ୍ରଣାଳୀକୁ ଅନୁସରଣ କରୁଛି ବୋଲି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି ।
ନିକଟରେ ବିଜୁ ଜନତା ଦଳ ପକ୍ଷରୁ ଦଳର ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ବରିଷ୍ଠ ଓ ଯୁବ ନେତାମାନଙ୍କୁ ଦଳର ବିଭିନ୍ନ ପଦପଦବୀରେ ଥଇଥାନ କରିଥିଲେ । ଏହାକୁ ନେଇ ପ୍ରଦୀପ ନାୟକ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ବିଜେଡିରେ ସଂଗଠନ ସମ୍ପାଦକ ନଥିଲା ଆମଠୁ ଦେଖି ଏବେ ଏହି ପଦବୀ ସୃଷ୍ଟି କରିଛି ବିଜେଡି ।
ଆମର ବିଭିନ୍ନ ପଦପଦବୀର କପି କରିଛି ବିଜେଡି । କପି କରିବା ଲୋକ କେବେ ଫାଷ୍ଟ ହୁଏ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ । ଦଳର ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଏଭଳି ପଦପଦବୀରେ ଥଇଥାନ କରୁଥିବା ସେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ