ETV Bharat / city

ମାଗଣା ଟୀକାକରଣ ନିଷ୍ପତ୍ତିକୁ ସ୍ୱାଗତ କଲା ABVP

ରାଜ୍ୟର ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସ୍ୱାଗତ କରିଛି । ଅଧିକ ପଢନ୍ତୁ...

ମାଗଣା ଟୀକାକରଣ ନିଷ୍ପତ୍ତିକୁ ସ୍ୱାଗତ କଲା ଏବିଭିପି

author img

By

Published : Apr 26, 2021, 5:17 PM IST

ଭୁବନେଶ୍ବର: ରାଜ୍ୟର ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସ୍ୱାଗତ କରିଛି ।

ସମସ୍ତ ଜିଲ୍ଲାକୁ ଟିକାର ସୁଷମ ବଣ୍ଟନ ସହ ଟିକା କିପରି ନଷ୍ଟ ନହେବ ସେନେଇ ପ୍ରଶାସନ ଉଚିତ ଧ୍ୟାନ ଦେବା ଆବଶ୍ୟକ ବୋଲି ପରିଷଦର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି । ଏହାସହ ଟିକା ସମସ୍ତ ସ୍ଥାନରେ ଉପଲବ୍ଧ ହୋଇପାରିବ ସେନେଇ ମଧ୍ୟ ବ୍ୟବସ୍ଥା କରିବାର ଆବଶ୍ୟକତା ଥିବା ସୌଭାଗ୍ୟ କହିଛନ୍ତି ।

ରାଜ୍ୟରେ ଅକ୍ସିଜେନର ଉପଯୁକ୍ତ ବଣ୍ଟନ ହୋଇପାରୁ ନଥିବାରୁ ଅନେକ ଜିଲ୍ଲାରେ ରୋଗୀ ଦୁସ୍ଥିତିର ଶୀକାର ହୋଇ ପ୍ରାଣ ହରାଉଥିବା ସୌଭାଗ୍ୟ ଅଭିଯୋଗ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ କରିବା ପାଇଁ ସୌଭାଗ୍ୟ ଦାବି କରିଛନ୍ତି । ଏ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ସ୍ଥାନରେ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ସେବା କାମରେ ନିୟୋଜିତ ଅଛନ୍ତି । ସମସ୍ତ ନାଗରିକ ବିଶେଷ ଭାବେ ଛାତ୍ରସମାଜ ଟିକାଉତ୍ସବ ପାଳିବା ସହ ସମସ୍ତ ଗୁଜବକୁ ପ୍ରତ୍ୟାଖାନ କରିବା ପାଇଁ ଏବିଭିପି ଆହ୍ୱାନ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.