ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୫ ତମ ସ୍ବାଧୀନତା ଦିବସ । ଏ ଅବସରରେ ଭୁବନେଶ୍ବର କଂଗ୍ରେସ ଭବନରେ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଏହି ପବିତ୍ର ଦିବସରେ ପତାକା ଉତ୍ତୋଳନ କରି ବୀର ଜାତିର ଅଦମ୍ୟ ସାହସ, ଶକ୍ତି, ବଳିଦାନର ଚିର ସ୍ମରଣୀୟ ଇତିହାସ ବଖାଣି ଥିଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ଭାରତୀୟଙ୍କ ବଳିଦାନ ପାଇଁ ଇଂରେଜ ଶାସନର ଅନ୍ତ ଘଟିବା ଏବଂ କଂଗ୍ରେସ ଓ ପ୍ରତ୍ୟକ ଭାରତୀୟଙ୍କ ଲଢେଇର କଥା ମନେ ପକେଇଥିଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଓଡ଼ିଶାର ବୀର ପାଇକମାନେ ଯେଉଁଭଳି ବ୍ରିଟିଶ ଶାସନ ବିରୋଧରେ ଲଢେଇ କରି ନିଜର ସାହସର ପରାକାଷ୍ଠା ଦେଖାଇଥିଲେ, ତାର କିଞ୍ଚିତ ଉଦାହରଣ ରଖିଥିଲେ ସେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁ, ସେବା ଦଳ ରାଜ୍ୟ ମୁଖ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦଳର ବରିଷ୍ଠ ନେତା, କର୍ମୀ ସମସ୍ତେ ଉପସ୍ଥିତ ରହି ସ୍ବାଧୀନତା ଦିବସର ପବିତ୍ର ଦିବସକୁ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ