ETV Bharat / city

ମହାମାରୀକୁ ହରାଇଲେ ୯୦ ବର୍ଷୀୟା ବୃଦ୍ଧା - ବାପାର ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ

ଦୃଢ ମନୋବଳ ଆଗରେ ହାରୁଛି ମହାମାରୀ । ପୁଣି ଜଣେ 90 ବର୍ଷୀୟ ବୃଦ୍ଧା କୋରୋନାରୁ ସୁସ୍ଥ ହୋଇ ଫେରିବା ଏହାକୁ ସାବ୍ୟସ୍ତ କରିଛି । ଅଧିକ ପଢନ୍ତୁ...

 ମହାମାରୀକୁ ହରାଇଲେ ୯୦ ବର୍ଷୀୟା ବୃଦ୍ଧା
ମହାମାରୀକୁ ହରାଇଲେ ୯୦ ବର୍ଷୀୟା ବୃଦ୍ଧା
author img

By

Published : May 16, 2021, 8:09 PM IST

ଭୁବନେଶ୍ବର: କୋରୋନା ହାରିବ, ମଣିଷ ଜିତିବ । ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରି ଦେଖାଇଛନ୍ତି ଜଣେ ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୋରୋନା ସଂକ୍ରମିତ ହୋଇଥିବା ରାଜଧାନୀ ବାସିନ୍ଦା ବାଉରୀ ସାହୁ ।

ଭୁବନେଶ୍ୱର ୟୁନିଟ ୨ ଅଞ୍ଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ଆଜି କୋଭିଡରୁ ସୁସ୍ଥ ହେବା ସହ ଘରକୁ ଫେରିଛନ୍ତି । ମା' ସୁସ୍ଥ ହୋଇ ଫେରିବା ପରେ ସମ କୋଭିଡ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ବିଶି ସାହୁ । ସେହିପରି ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.