ETV Bharat / city

ସ୍କୁଲ ଗୋଲକିପରରୁ ହକିପ୍ରେମୀ ସିଏମ୍: ଟ୍ବିଟରରେ ଟ୍ରେଣ୍ଡ କରୁଛି #ThankYouNaveenSir

author img

By

Published : Aug 2, 2021, 9:24 PM IST

Updated : Aug 2, 2021, 10:39 PM IST

ଦୀର୍ଘ ବର୍ଷ ବ୍ୟବଧାନ ପରେ ଅଲମ୍ପିକ ଗେମ୍ସରେ ସଫଳତା ହାସଲ କରିଛି ଭାରତୀୟ ହକି ଦଳ । ଉଭୟ ପୁରୁଷ ମହିଳା ଜାତୀୟ ଦଳ ହକି ଇଭେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହାପରେ ଦିନ ତାମମ ଟ୍ୱିଟରରେ ଟ୍ରେଣ୍ଡ କରୁଛି #ThankYouNaveenSir । ଅଧିକ ପଢ଼ନ୍ତୁ...

ThankYouNaveenSir is trending in twitter after indian women hockey team won the qurter final match
ଟ୍ୱିଟରରେ ଟ୍ରେଣ୍ଡ କରୁଛି #ThankYouNaveenSir

ଭୁବନେଶ୍ବର: ଦୀର୍ଘ ବର୍ଷ ବ୍ୟବଧାନ ପରେ ଅଲମ୍ପିକ ଗେମ୍ସରେ ସଫଳତା ହାସଲ କରିଛି ଭାରତୀୟ ହକି ଦଳ । ଉଭୟ ପୁରୁଷ ମହିଳା ଜାତୀୟ ଦଳ ହକି ଇଭେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଉଭୟ ମହିଳା ଓ ପୁରୁଷ ହକି ଟିମ ଏଥର ପଦକ ହାସଲ କରିବେ ବୋଲା ଆଶା ରଖିଛନ୍ତି ଦେଶବାସୀ । ଏନେଇ ସାରା ଦେଶରେ ଭାରତୀୟ ହକି ଦଳକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଉଭୟ ଟିମ ସହିତ ନବୀନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ମହିଳା ହକି ଦଳ କ୍ବାର୍ଟର ଫାଇନାଲରେ ବିଜୟ ହେବାପରେ ଆଜି(ସୋମବାର) ଦିନତାମମ ଟ୍ୱିଟରରେ ଟ୍ରେଣ୍ଡ କରୁଛି #ThankYouNaveenSir ।

ଭାରତୀୟ ହକି ଓ ଜଣେ ବର୍ଷିଆନ ରାଜନେତା ନବୀନଙ୍କର କଣ ରହିଛି ସମ୍ପର୍କ । ଏହାର କାରଣ ଜାଣିବାକୁ ହେଲେ କିଛିବର୍ଷ ତଳକୁ ଯିବାକୁ ପଡିବ । 2018 ମସିହାରେ ଅନ୍ୟ ଦେଶ ଓ ଭାରତର ଅନ୍ୟ ବିକଶିତ ରାଜ୍ୟ ହକି ବିଶ୍ୱକପ ଆୟୋଜନ ନେଇ ପଛ ଘୁଞ୍ଚା ଦେଇଥିଲେ, ସେତେବେଳେ ଆଗକୁ ଆସିଥିଲେ ନବୀନ । ବିଶ୍ଵକପ ହକି 2018 ଆୟୋଜନ ନେଇ ସେ ଘୋଷଣା କରିଥିଲେ । ହକି ବିଶ୍ୱକପର ସଫଳ ଆୟୋଜନ କରି ସାରା ବିଶ୍ୱକୁ ଓଡ଼ିଶା ଜଣାଇଥିଲା, ଆମେ ବି କାହାଠୁ କମ ନୁହଁ । ଏହି ମେଗା ଇଭେଣ୍ଟ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ଓଡ଼ିଶାର ଛବି ଚମକାଇବାରେ ସଫଳ ହୋଇଥିଲେ ନବୀନ ।

ଆଉ ସେଥିପାଇଁ ରାଜନେତା, ପ୍ରଶାସକ, ଖେଳାଳି, ବରିଷ୍ଠ ସାମ୍ବାଦିକ ଓ କ୍ରୀଡ଼ା ପ୍ରେମୀ ନବୀନଙ୍କର ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି । ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ଟ୍ୱିଟ କରି ଲେଖିଛନ୍ତି ଯେ, ଯେତେବେଳେ ଅନ୍ୟ ରାଜନୈତିକ ଦଳ, ନେତା, କର୍ପୋରେଟ ସଂସ୍ଥା କ୍ରିକେଟ ପ୍ରେମରେ ପଡ଼ିଥିଲେ । ଠିକ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି । ଉଭୟ ପୁରୁଷ ଓ ମହିଳା ହକି ଦଳ ନବୀନଙ୍କ ସଠିକ ଦିଗଦର୍ଶନରେ ଏବେ ସଫଳ ହେବାରେ ଲାଗିଛନ୍ତି ।2023 ହକି ବିଶ୍ବକପ ସଂସ୍କରଣ ମଧ୍ୟ ରାଜ୍ୟରେ ସଫଳ ଆୟୋଜନ ଲାଗି ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ଆୟୋଜନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟନ୍ତ୍ରୀ । ଏଥିପାଇଁ ସୁନ୍ଦରଗଡ଼ରେ ହକି ଷ୍ଟାଡିୟମରେ ନିର୍ମାଣ ଚାଲିଛି । 2018ରୁ ଓଡ଼ିଶା ସରକାର ଜାତୀୟ ହକିର ପ୍ରାୟୋଜକ ଦାୟିତ୍ୱ ନେଇଛନ୍ତି । ଖେଳାଳିଙ୍କୁ ଉନ୍ନତ ଭିତ୍ତିଭୂମି ଯୋଗାଇବା ସହିତ ଅତ୍ୟାଧୁନିକ କୋଚିଂ ବ୍ୟବସ୍ଥା ମଧ୍ୟ କରିଛନ୍ତି ରାଜ୍ୟ ସରକାର । ଏହାର ଫଳ ଏବେ ଧୀରେ ଧୀରେ ଭାରତୀୟ ହକିକୁ ମିଳୁଥିବା ନେଇ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 2, 2021, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.