ଭୁବନେଶ୍ବର: ସହିଦନଗର ମୈତ୍ରୀ ଯୋଗାଣ ଷ୍ଟୋରରେ ଉତ୍ତେଜନା । ରାସନ ସାମଗ୍ରୀ ମହଜୁଦ ଥାଇ ମଧ୍ୟ ହିତାଧିକାରୀଙ୍କୁ ବଣ୍ଟାଯାଉ ନଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାତିରୁ ଲାଇନରେ ଠିଆ ହେଲେ ମଧ୍ୟ ସାମଗ୍ରୀ ମିଳୁନାହିଁ ।
ଘଟଣା ସ୍ଥଳରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହିତ, ଯେପରି ସୂଚାର ରୂପରେ ରାସନ ସାମଗ୍ରୀ ବଣ୍ଟାଯାଇ ପାରିବ ସେନେଇ ନିର୍ଦ୍ଦେଶ ଦେଇଥିଲେ । ଏପଟେ ଏହା କିଛି ନୂଆ କଥା ନୁହଁ ଆଗରୁ ମଧ୍ୟ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ