ETV Bharat / city

ଅଶାନ୍ତ ରାଜଧାନୀ ରାଜନୈତିକ ପାଣିପାଗ, ସାଂସଦଙ୍କୁ ଘେରିଲା BJD !

author img

By

Published : Nov 25, 2021, 11:05 PM IST

Updated : Nov 26, 2021, 9:18 AM IST

ବିଗୁଡିଛି ରାଜଧାନୀରେ ରାଜନୈତିକ ପାଣିପାଗ। ଲାଠି ଓ ଢେଲା ସହ ସାଂସଦଙ୍କୁ ଘେରିଲା ବିଜେଡି । ଆଚାର୍ଯ୍ୟ ବିହାରରେ ଘଟିଛି ଅପ୍ରିତିକର ପରିସ୍ଥିତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯକ୍ରମ ବେଳେ ହଙ୍ଗାମା କରିବା ସହ ଠେଙ୍ଗା ବାଡି ଧରି ସାଂସଦଙ୍କୁ ଘେରିଲେ ବିଜେଡି ଗୋଷ୍ଠୀ । ଅଧିକ ପଢନ୍ତୁ

ଅଶାନ୍ତ ରାଜଧାନୀ ରାଜନୈତିକ ପାଣିପାଗ, ସାଂସଦଙ୍କୁ ଘେରିଲେ ବିରୋଧି ବିଜେଡି

ଭୁବନେଶ୍ବର: ବିଗୁଡିଛି ରାଜଧାନୀରେ ରାଜନୈତିକ ପାଣିପାଗ । ଲାଠି ଓ ଢେଲା ସହ ସାଂସଦଙ୍କୁ ଘେରିଲା ବିଜେଡି । ଆଚାର୍ଯ୍ୟ ବିହାରରେ ଘଟିଛି ଅପ୍ରିତିକର ପରିସ୍ଥିତି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯକ୍ରମ ବେଳେ ହଙ୍ଗାମା କରିବା ସହ ଠେଙ୍ଗା ବାଡି ଧରି ସାଂସଦଙ୍କୁ ଘେରିଲେ ବିଜେଡି ଗୋଷ୍ଠୀ । ଏପରିକି ଶତାଧିକ କର୍ମୀ ଏକାଠି ହୋଇ ସାଂସଦ ଉପସ୍ଥିତ ଥିବା ଘରକୁ ଘେରିଛନ୍ତି । ଫଳରେ ଏକ ରାଜନୈତିକ ଉଷ୍ମତା ସହ ପରିସ୍ଥିତି ଜଟିଳ ଦେଖିବାକୁ ମିଳିଥିଲା ।

ଅଶାନ୍ତ ରାଜଧାନୀ ରାଜନୈତିକ ପାଣିପାଗ, ସାଂସଦଙ୍କୁ ଘେରିଲା BJD !

ଏପରିକି କିଛି ଯୁବକ ବାଡି ଧରି ସାଂସଦଙ୍କ ଗୋଷ୍ଠୀଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିବା ବେଳେ ପୋଲିସ ପହଞ୍ଚି ଅଟକାଇଛି । ଭୁବନେଶ୍ୱର ଡିସିପିଙ୍କ ସହ ଏସିପି ବିଭିନ୍ନ ଥାନାର ଆଇଆଇସି ଓ ଫୋର୍ସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରଥିଲେ । ପ୍ରାୟ ଦେଢ଼ ଘଣ୍ଟା ଧରି ତୀବ୍ର ଉତ୍ତେଜନା ଲାଗି ରହିଛି । ଗୋଟିଏ ପଟେ ସାଂସଦଙ୍କ ଗୋଷ୍ଠୀ ଘର ଗେଟ୍ ଭିତରେ ଥାଇ ନାରାବାଜି ଦେଇଥିବା ବେଳେ ଗେଟ୍ ବାହାରେ ବିରୋଧି ଗୋଷ୍ଠୀଙ୍କ ହୋ-ହାଲ୍ଲା ହଟ୍ଟଗୋଳ ଓ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।

ସେପଟେ ସାଂସଦଙ୍କ ନିକଟରେ କିଛି ବିଜେଡି କର୍ପୋରେଟର ଉପସ୍ଥିତ ଥିବାବେଳେ ଏହା ପଛରେ ଶାସକ ଦଳ ହାତ ଅଛି ବୋଲି ଅଭିଯୋଗ ଆଣିଛନ୍ତି ସାଂସଦଙ୍କ ସମର୍ଥକ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 26, 2021, 9:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.