ETV Bharat / city

ଟେନସନରେ କମିଶନର; ବୁଲୁଛନ୍ତି ଅପରାଧି, ପାଉନି ପୋଲିସ

author img

By

Published : Sep 13, 2019, 10:40 PM IST

ଖୁଲମ୍ ଖୋଲା ଘଟୁଛି ଅପରାଧ । ଆଉ ବୁଲୁଛନ୍ତି ଅପରାଧି । ଧରିପାରୁନି ପୋଲିସ । ଏପରିକି ଅନେକ ମାମଲା ଥାନାରେ ଗଡ଼ୁଥିବାବେଳେ ସେମାନଙ୍କର ସୁରାକ୍ ପାଉନି କମିଶନରେଟ ପୋଲିସ । ଯାହାକି କମିଶନରେଟଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି ।

ଫାଇଲ୍ ଫଟୋ

ଭୁବନେଶ୍ବର: ଅପଦସ୍ତ ହେଉଛି କମିଶନରେଟ ପୋଲିସ । ମିଳୁନି ଅପରାଧର ସୁରାକ। ଫେରାର ଏବେବି ଅପରାଧି । ବିଗତ ଏକ ମାସ ମଧ୍ୟରେ ରାଜଧାନୀରେ ଘଟିଚାଲିଛି ଅପରାଧ । ଆଉ ପୋଲିସ ଠାରୁ ମଧ୍ୟ ଚାଲାକ ସାଜିଛି ଅପରାଧି । ଯାହାକୁ ନେଇ ଟେନସନରେ କମିଶନରେଟ ପୋଲିସ । କାରଣ ଥାନାବାବୁଙ୍କ ପାଖରେ ନାହିଁ ଅପରାଧିଙ୍କ ସୁରାକ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଏମିତିକି ଅପରାଧରେ ଜାଲରେ ଛନ୍ଦି ହୋଇପଡ଼ୁଛି ପୋଲିସ । ଏବେ ବି ଜଣାପଡୁନି ଘଟଣାର ମୋଡ । ଏନେଇ କମିସନରେଟ ପୋଲିସ କାର୍ଯାଳୟରେ ବସିଥିବା ବୈଠକରେ ସମିକ୍ଷା କରି ଗର୍ଜିଛନ୍ତି ପୋଲିସ କମିସନର । ତେବେ ନଜର ପକାନ୍ତୁ ପୋଲିସର ମୁଣ୍ଡ ବ୍ୟଥା ପାଲଟିଥିବା କେତେକ ପ୍ରମୁଖ ଘଟଣା ଉପରେ ।

୧. ଅଗଷ୍ଟ ୧୯ : ଖାରବେଳ ନଗର ଥାନା ଅନ୍ତର୍ଗତ ଏମଏଲଏ କଲୋନି ଅଗ୍ନିକାଣ୍ଡ ଘଟଣା । ଏଯାଏଁ ପୋଲିସ ହାତରେ ନାହିଁ ସୁରାକ ।
୨. ଅଗଷ୍ଟ ୨୪: ନୟାପଲ୍ଲୀରେ ଆଇଏଏସଙ୍କ ଘରୁ ଲାପଟପ ଚୋରି ଘଟଣାରେ ଅଭିଯୁକ୍ତକୁ ଚିହ୍ନଟ କରିବା ହୋଇଛି ପୋଲିସ ପାଇଁ ମୁସ୍କିଲ ।
୩. ଅଗଷ୍ଟ ୨୮ : ତମାଣ୍ଡୋ ଥାନା ଡିଏନ ରେନଗାଲିଆ ମଲ ଠାରେ ପ୍ରଶାସିକାଙ୍କ ପତ୍ନୀଙ୍କଠୁ ସ୍ନାଚିଂ କରି ଫେରାର ମାମଲାରେ ଅଭିଯୁକ୍ତଂକ ଟେର ମିଳୁନି ।
୪. କ୍ୟାପିଟାଲ ଥାନା ବାପୁଜୀନଗର ହୋଟେଲ ସିଟି ରେସିଡେନସି ମାଲିକଙ୍କୁ ଚାନ୍ଦା ଆଦାୟ ମାମଲାରେ ଏପର୍ଯ୍ୟନ୍ତ ଧରାପଡିନି ମୁଖ୍ୟ ଅଭିଯୁକ୍ତ ।
୫. ଶେଷରେ ସେପ୍ଟେମ୍ବର ୧୧: ମଞ୍ଚେଶ୍ବର ରଙ୍ଗମାଟିଆରେ ଜଳଖିଆ ଦୋକାନୀ ହତ୍ୟା ଘଟଣାକୁ ତିନି ଦିନ ପୁରିଥିଲେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି ।

ତେବେ ଗତ ଏକ ମାସ ମଧ୍ୟରେ ବିଭିନ୍ନ ଥାନାରେ ହୋଇଥିବା ଏତଲା ଓ ତାର ସମାଧାନକୁ ନେଇ ସମୀକ୍ଷା କରିଛନ୍ତି କମିଶନର । ଆସନ୍ତା ମାସରେ ‘ମୋ ସରକାର’ ଯୋଜନା ଲାଗୁ ହେବାକୁ ଯାଉଥିବା ବେଳେ ନିଜସ୍ବ ଢଙ୍ଗରେ ଥାନାରେ ହେଉଥିବା ଅଭିଯୋଗ ର ସମାଧାନ ଉପରେ ନିରିକ୍ଷଣ ଆରମ୍ଭ କରିଦେଇଛନ୍ତି ପୋଲିସ କମିଶନର । ତେବେ ଆଗକୁ ଦୁର୍ଗାପୂଜାର ମାହୋଲ ଆସୁଥିବା ବେଳେ ଅପରାଧିଙ୍କ ବଢିପାରେ ଉତ୍ପାତ । ଏଭଳି ସ୍ଥିତିରେ ଶୃଙ୍ଖଳାକୁ ବଜାୟ ରଖିବା ପୋଲିସ ପାଇଁ ଆହ୍ବାନ ହୋଇଛି ।

ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଏଥର ଡିଜେ ମନା କରାଯାଇଥିବା ବେଳେ କେତକ ଥାନା ଅଞ୍ଚଳର ପୁଜା ମଣ୍ଡପ ଡିଜେ ପାଇଁ ଦେଇଥିବା ଟଙ୍କା ଫେରସ୍ତ ଆଣୁଛନ୍ତି । ପୋଲିସ କମିଶନରଙ୍କ ପାଇଁ ଏବେ ପୁରୁଣା କେସ ସହ ନୁଆ ପରିସ୍ଥିତି ବଡ ଟେନସନରେ ପକାଇଛି । ନୂତନ ପୋଲିସ କମିଶନର ଦାୟିତ୍ବ ନେବା ପରେ ଦ୍ବିତୀୟ ଥର ପାଇଁ ଶୁକ୍ରବାର ସମସ୍ତ ଥାନାର ଥାନାଧିକାରିଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଟେନସନରେ କମିସନର,
ଅପରାଧିଙ୍କ ସୁରାକ ପାଉନାହାନ୍ତି ଥାନାଧିକାରିBody:

ଅପଦସ୍ତ କମିସନରେଟ ପୋଲିସ।ମିଳୁନି ଅପରାଧର ସୁରାକ। ଫେରାର ଏବେବି ଅପରାଧି।ବିଗତ ଏକ ମାସ ମଧ୍ଯରେ ରାଜଧାନିର କିଛି ଛୋଟ ବଡ ଅପରାଧ ନେଇ ଟେନସନରେ କମିସନରେଟ ପୋଲିସ।କାରଣ ଥାନାବାବୁଙ୍କ ପାଖରେ ନାହିଁ ଅପରାଧିଙ୍କ ସୁରାକ।କି ଜଣାପଡୁନି ଘଟଣାର ମୋଡ।ଏନେଇ କମିସନରେଟ ପୋଲିସ କାର୍ଯାଳୟରେ ବସିଥିବା ବୈଠକରେ ସମିକ୍ଷା କରି ଗର୍ଜିଛନ୍ତି ପୋଲିସ କମିସନର।ତେବେ ସବୁଠୁ ବଡ ବ୍ଯଥିତ କରିଛି
୧.ଅଗଷ୍ଟ ୧୯ ଖାରବେଳ ନଗର ଥାନା ଅନ୍ତର୍ଗତ
ଏମଏଲଏ କଲୋନି ଅଗ୍ନିକାଣ୍ଡ ଘଟଣା ର ଏଯାଏ ପୋଲିସ ହାତରେ ନାହିଁ ସୁରାକ
୨.ଅଗଷ୍ଟ ୨୪ରେ ନୟାପଲ୍ଲିରେ ଆଇଏସ ଙ୍କ ଘରୁ ଲାପଟପ ଚୋରି ଘଟଣାରେ ଅଭିଯୁକ୍ତକୁ ଚିହ୍ନଟ କରିବା ହୋଇଛି ପୋଲିସ ପାଇଁ ମୁସ୍କିଲ
୩.ଅଗଷ୍ଟ ୨୮ ତମାଣ୍ଡୋ ଥାନା ଡିଏନ ରେନଗାଲିଆ ମଲ ଠାରେ ପ୍ରଶାସିକାଙ୍କ ପତ୍ନୀଙ୍କଠୁ ସ୍ନାଚିଂ କରି ଫେରାର ମାମଲାରେ ଅଭିଯୁକ୍ତଂକ ଟେର ମିଳୁନି।
୪.କ୍ଯାପିଟାଲ ଥାନା ବାପୁଜିନଗର ହୋଟେଲ ସିଟି ରେସିଡେନସି ମାଲିକଙ୍କୁ ଚାନ୍ଦା ଆଦାୟ ମାମଲାରେ ଏଯାଏ ଧରାପଡିନି ମୁଖ୍ଯଅଭିଯୁକ୍ତ।
୫.ସେପ୍ଟେମ୍ବର ୧୧ ମଂଚେଶ୍ବ ରଙ୍ଗମାଟିଆ ରେ ଜଳଖିଆ ଦୋକାନି ହତ୍ଯାକାଣ୍ଡରେ ପୋଲିସ ହାତ ଖାଲି
ଯାହା ଏବେବି ରହସ୍ଯମୟି ହୋଇ ରହିଥିବା ବେଳେ ଘଟଣାର ଏଯାଏ.କୌଣସି ସୁରାକ ପୋଲିସ ହାତରେ ନଲାଗିବା କମିସନରଙ୍କ ପାଇଁ ଚିନ୍ତାଜନକ ହୋଇଛି।

ତେବେ ଗତ ଏକ ମାସ ମଧ୍ଯରେ ହୋଇଥିବା ବିଭିନ୍ନ ଥାନାରେ ହୋଇଥିବା ଏତଲା ଓ ତାର ସମାଧାନକୁ ନେଇ ସମିକ୍ଷା କରିଛନ୍ତି।ଆସନ୍ତା ମାସରେ ମୋ ସରକାର ଯୋଜନା ଲାଗୁ ହେବାକୁ ଯାଉଥିବା ବେଳେ ନିଜସ୍ବ ଢଙ୍ଗରେ ଥାନାରେ ହେଉଥିବା ଅଭିଯୋଗ ର ସମାଧାନ ଉପରେ ନିରିକ୍ଷଣ ଆରମ୍ଭ କରିଦେଇଛନ୍ତି ପୋଲିସ କମିସନର।ତେବେ ଆଗକୁ ପୁଜାର ମାହୋଲ ଆସୁଥିବା ବେଳେ ଅପରାଧିଙ୍କ ବଢିପାରେ ଉତ୍ପାତ।ଏସବୁ ସ୍ଥିତିରେ କୋମୀତି ସାମ୍ନା କରିବେ ଆଗାମି ପରିସ୍ଥିତି। ପୁଜା ମଣ୍ଡପ କତୃପକ୍ଷଙ୍କୁ ଏଥର ଡିଜେ ମନା କରାଯାଇଥିବା ବେଳେ କେତକ ଥାନା ଅଂଚଳର ପୁଜା ମଣ୍ଡପ କତୃପକ୍ଷ ଡିଜେ ଅର୍ଡର ଦେଇସାରିଥିବା ବେଳେ ଏବେ ବନ୍ଦ କରିବା ଟେନସନ ପରିସ୍ଥିତି ହୋଇଛି।
ଯାହା ଏବେ ପୋଲିସ କମିସନରଙ୍କ ପାଇଁ ପୁରୁଣା କେସ ସହ ନୁଆ ପରିସ୍ଥିତି ବଡ ଟେନସନ ରେ ପକାଇଛି।
ନୁତନ ପୋଲିସ କମିସନର ଦାୟିତ୍ବ ନେବା ପରେ ଦିତିୟଧର ପାଇଁ ଆଜି ସମସ୍ତ ଥାନାର ଥାନାଧିକାରିଙ୍କୁ ଭେଟି ପୋଲିସ କମିସନର ଆଲୋଚନା କରିଛନ୍ତି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.