ETV Bharat / city

ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲ ମହାନଦୀ ଉପରେ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

author img

By

Published : Sep 25, 2020, 1:46 PM IST

ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଜଗତସିଂହପୁର ତିର୍ତ୍ତୋଲ କୋଶଳ ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଏହି ସେତୁ ଦ୍ବାରା 50 ହଜାର ଲୋକେ ଉପକୃତ ହେବେ । ଅଧିକ ପଢନ୍ତୁ...

ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲ ମହାନଦୀ ଉପରେ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲ ମହାନଦୀ ଉପରେ ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଜଗତସିଂହପୁର ତିର୍ତ୍ତୋଳ କୋଶଳ ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ସେପଟେ ନିର୍ବାଚନ ପୂର୍ବରୁ ସରକାରଙ୍କ ଏଭଳି ଘୋଷଣାକୁ ନିର୍ବାଚନୀ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

୮୮୮.୮୯ ମିଟର ବିଶିଷ୍ଟ ଏହି ସେତୁ ନିର୍ମାଣ କରାଯିବ । ଏଥିପାଇଁ ବ୍ୟୟ ଅଟକଳ ୧୧୮.୫୬ କୋଟି ରହିଛି । ସରାକରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଟେଣ୍ଡର ପ୍ରକ୍ରିୟା ସରିବା ପରେ ସେତୁ ନିର୍ମାଣ ଆରମ୍ଭ ହେବ ।

ଏହି ସେତୁ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଥିଲେ । ଏହି ସେତୁ ନିର୍ମାଣ ଦ୍ବାରା ଜିଲ୍ଲାର ବହୁ ପଞ୍ଚାୟତ, ଗ୍ରାମ ରେ ରହୁଥିବା 50 ହଜାର ଲୋକ ଉପକୃତ ହେବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.