ଭୁବନେଶ୍ବର: ରାଜ୍ୟ ପାଣିପାଗରେ ଆସିଲା ପରିବର୍ତ୍ତନ । ଝିପିଝିପି ବର୍ଷା ପରେ ତାପମାତ୍ରା ହ୍ରାସ ପାଇବାରୁ ପୁଣି ଶୀତ ଲେଉଟିଛି । ବର୍ତ୍ତମାନ ୧୩ ସହରରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ତେବେ ୧୪ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗିବାଡି ରାଜ୍ୟର ସବୁଠୁ ଥଣ୍ଡା ସହର ।
![ପାଣିପାଗ ଖବର: ଖସିଲା ତାପମାତ୍ରା, ଫେରିଲା ଶୀତ](https://etvbharatimages.akamaized.net/etvbharat/prod-images/9537922_weather.png)
![ପାଣିପାଗ ଖବର: ଖସିଲା ତାପମାତ୍ରା, ଫେରିଲା ଶୀତ](https://etvbharatimages.akamaized.net/etvbharat/prod-images/9537922_wu.png)
ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ମାଲକାନଗିରିରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୩୩.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବାବେଳେ ସୋନପୁରରେ ୧୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋନପୁର ରେ ୧୪.୨, କୋରାପୁଟରେ ୧୪.୬, ଅନୁଗୁଳରେ ୧୫.୬, ବୌଦ୍ଧରେ ୧୬, ଫୁଲବାଣୀରେ ୧୬.୫, ଭୁବନେଶ୍ୱରରେ ୨୧.୫ ଓ କଟକରେ ୨୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ