ETV Bharat / city

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

author img

By

Published : Sep 5, 2019, 7:48 PM IST

ସ୍ଥାନୀୟ ବି.ଡି.ଓ କଲୋନୀ, ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବେଶ୍‌ ଆଡମ୍ବରର ସହ ପାଳିତ ହୋଇଛି ଗୁରୁଦିବସ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁୂବନେଶ୍ବର

ଭୁବନେଶ୍ବର: ସ୍ଥାନୀୟ ବି.ଡି.ଓ କଲୋନୀ, ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବେଶ୍‌ ଆଡମ୍ବରର ସହ ପାଳିତ ହୋଇଛି ଗୁରୁଦିବସ । କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରଛାତ୍ରୀ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗଣପୂଜା କରିଥିଲେ । ଯେଉଁଥିରେ ସାମିଲ ହୋଇଥିଲେ ଉତ୍ସବର ମୁଖ୍ୟ ଅତିଥି ଆଶୁତୋଷ ରଥ, ସଭାପତି ମଦନ ମୋହନ ଧଳ ଓ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଦିବସ ସମ୍ବନ୍ଧରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହା ସହ ମୁଖ୍ୟ ଅତିଥି ଓ ସଭାପତି ଗୁରୁ ଦିବସର ତାତ୍ପର୍ଯ୍ୟ ଓ ଛାତ୍ରଛାତ୍ରୀ ଉପରେ ଏହାର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ନାଲକୋ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟ ଅତିଥି ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟପ୍ରଦ ସାମଗ୍ରୀ ପ୍ରଦାନ କରିଥିଲେ। ଏହାସହ ଛାତ୍ରଛାତ୍ରୀ ଗୁରୁଙ୍କ ଉଦ୍ଦେଶ୍ୟରେ ନୃତ୍ୟନାଟିକା ‘ଏକଲବ୍ୟର ଗୁରୁ ଦକ୍ଷିଣା’ ପରିବେଷଣ କରିଥିଲେ।

ଭୁବନେଶ୍ବରରୁ ଅଜିତ କୁମାର ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.