ETV Bharat / city

‘ଶିକ୍ଷକଙ୍କୁ ବି କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉ’

author img

By

Published : May 17, 2021, 2:18 PM IST

ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଆଯାଉ । ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣ ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଶିକ୍ଷକ ମାନେ ମଧ୍ୟ କୋରୋନା ମହାମାରୀ ଦାୟିତ୍ବ ତୁଲାଉଛନ୍ତି । ଅଧିକ ପଢନ୍ତୁ...

ଶିକ୍ଷକଙ୍କୁ ବି କୋରୋନା ଯୋଦ୍ଧା ଘୋଷଣା କରାଯାଉ :ପୁରୋହିତ

ଭୁବନେଶ୍ବର: ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଆଯାଉ । ଏନେଇ ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବି ଉପସ୍ଥାପନ କରିଛନ୍ତି ।

ବିଜେପି ନେତା ପ୍ରଦୀପ ପୁରୋହିତ ଟେଲିଫୋନ ଯୋଗେ ଶିକ୍ଷା ବିଭାଗୀୟ ମନ୍ତ୍ରୀ ସମୀର ଦାଶଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଶିକ୍ଷକ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପ୍ରସ୍ତାବ ନେଇଥିବା ଓ ଏହା ଏବେ ରାଜ୍ୟ ସରକାରଙ୍କ ବିଚାରଧୀନ ରହିଛି । ମନ୍ତ୍ରୀ ସମୀର ଦାଶ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ସୂଚନା ଦେଇଥିଲେ । ବର୍ତ୍ତମାନ କୋଭିଡ ମହାମାରୀ କାରଣ ଯୋଗୁଁ କେବଳ ବରଗଡ ଜିଲ୍ଲାର ପାଖାପାଖି ୪୦ ଜଣ ଶିକ୍ଷକ କୋରୋନା ଆକ୍ରାନ୍ତ ହୋଇ ଦେହାନ୍ତ ହୋଇ ସାରିଛନ୍ତି । ସାରା ଓଡ଼ିଶାରେ ଅନେକ ସ୍ଥାନରେ ଶିକ୍ଷକ ମାନେ କୋରୋନା ମହାମାରୀରେ ଆକ୍ରାନ୍ତ ହେଉଛନ୍ତି ।

କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ ଏବେ କୋଭିଡ ହସ୍ପିଟାଲ,ଗାଁ ଗାଁରେ କୋଭିଡ ଚିହ୍ନଟ କରିବା,ରେଲୱେ ଷ୍ଟେସନରେ ପ୍ରବାସୀ ଲୋକଙ୍କୁ ରେଜିଷ୍ଟ୍ରେସନ କରିବା କାର୍ଯ୍ୟ କରୁଛନ୍ତି । ଏହା ସହ ଓଡିଶା ସୀମାନ୍ତ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶିକ୍ଷକ ମାନେ ପୋଲିସ ମାନଙ୍କ ସହ ମିଶି କୋଭିଡ ଦାୟିତ୍ବ ତୁଲାଉଛନ୍ତି । ତେଣୁ ଏ ଭଳି ପରିସ୍ଥିତିରେ ଶିକ୍ଷକ ମାନଙ୍କୁ ତୁରନ୍ତ କୋଭିଡ ଯୋଦ୍ଧା ଭାବରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.