ETV Bharat / city

ଲକଡାଉନ ଲାତ; ଦୋଛକିରେ ଚା ଦୋକାନୀଙ୍କ ଜୀବନଜୀବିକା - tea seller

ଲକ ଡାଉନ ପ୍ରଭାବ । ଦୋଛକିରେ ଭୁବନେଶ୍ବରର ଚା ବିକାଳୀଙ୍କ ଜୀବନ ଜୀବିକା । ଦୋକାନରେ ଝୁଲୁଛି ତାଲା , ଘାରୁଛି ପରିବାର ଚଳାଇବା ଚିନ୍ତା । ଅଧିକ ପଢନ୍ତୁ....

tea seller are tension due to lockdown in bhubaneswar
ଲକଡାଉନ ଲାତ; ଦୋଛକିରେ ଚା ଦୋକାନୀଙ୍କ ଜୀବନଜୀବିକା
author img

By

Published : May 8, 2020, 3:52 PM IST

ଭୁବନେଶ୍ବର: ଲକଡାଉନ ଦେଲା ଦାରୁଣ ଦୁଃଖ । ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ , କୋରୋନା ହୋହଲାଇ ଦେଇଛି ଜୀବନ ଜୀବିକା । ଏ ହେଉଛନ୍ତି ଚା ଦୋକାନୀ ସର୍ବେଶ୍ବର ମିଶ୍ର ଭୁବନେଶ୍ବର କୋର୍ଟ ଛକରେ ଦୀର୍ଘ ୧୨ ବର୍ଷ ହେବ ଚା ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ଯାହା ଦି ପଇସା ମିଳେ ସେଥିରେ 4 ପ୍ରାଣୀ ଚଳନ୍ତି । ହେଲେ ତାଲା ବନ୍ଦ ଯୋଗୁଁ ବେପାର ବି ଠପ । ଦୁଇ ମାସ ହେଲା ଘର ଭଡା ବି ଦେଇ ନାହାଁନ୍ତି । ଘର ମାଲିକ ଘର ଛାଡିବାକୁ ଧମକ ବି ଦେଉଛି । ବିଏମସି ସମ୍ମଖରେ ଚା ଓ ଓମଫେଡ ଷ୍ଟଲ କରିଥିବା ଦିବାକର ପୃଷ୍ଟିଙ୍କର ମଧ୍ୟ ସମାନ ଅବସ୍ଥା । 20 ବର୍ଷ ହେବ ଏଇ ଛୋଟିଆ ଚା ଦୋକାନରୁ ହିଁ କୁଟୁମ୍ବ ଚଳାନ୍ତି । ଦିନକୁ ୩୦୦ ଲିଟର କ୍ଷୀର ଓ ୫୦୦ କପ ଚା ବିକ୍ରି ହେଇଥିଲା ଏବେ, ୨୦ ଲିଟର କ୍ଷୀର ବିକ୍ରି ମଧ୍ୟ କଷ୍ଟ ହେଉଛି । ପରିବାର ଚାଲିବ କେମିତି ତାକୁ ନେଇ ସେ ଚିନ୍ତାରେ ।

ଲକଡାଉନ ଲାତ; ଦୋଛକିରେ ଚା ଦୋକାନୀଙ୍କ ଜୀବନଜୀବିକା

ବିଜେବି ନଗର ମଇଁଶାଖାଲ ବସ୍ତିର ବିସ୍ମୟ ପ୍ରଧାନଙ୍କ କଥା ନ କହିବା ଭଲ । ବସ୍ତିରେ ଖୋଲିଥିବା ଛୋଟ ଚା ଦୋକାନ ମଧ୍ୟ ପାଖାପାଖି ଦେଢ ମାସ ହେବ ବନ୍ଦ ରହିଛି । ପରିବାରର ବୋଝ ମଧ୍ୟ ତାଙ୍କ ମୁଣ୍ତରେ । କେବଳ ସର୍ବେଶ୍ବର,ଦିବାକର ଓ ବିସ୍ମୟଙ୍କର ଏହି ସମସ୍ୟା ନୁହେଁ । ଭୁବନେଶ୍ବରରେ ଥିବା ପ୍ରାୟ 900 ଚା ଦୋକାନୀଙ୍କ ସମାନ ଅବସ୍ଥା ।

କେତେକ ଏ ବ୍ୟବସାୟ ଛାଡି ଗାଁ ମୁଁହା ହେଲେଣି ତ ଆଉ କେତେକ ଏବେବି ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଚା ଦୋକାନୀଙ୍କ ଜୀବିକା ଏବେ ଦୋ ଛକିରେ । ତଥାପି ସେମାନେ ଆଶା ରଖିଛନ୍ତି କୋରୋନାର ପ୍ରଭାବ ଦିନେ ନା ଦିନେ କମିଯିବ । ଆଉ ପୂର୍ବପରି ବେପାର ଜମିବ ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.