ETV Bharat / city

ଚା’ ବିକାଳିଙ୍କ ଉପରେ ଭରସା କଲା ବିଜେଡି, ଦେଲା କର୍ପୋରେଟର ଟିକେଟ - ପୌର ନିର୍ବାଚନ ୨୦୨୨

ଚା’ ଦୋକାନୀରୁ କର୍ପୋରେଟର ଟିକେଟ ପାଇଲେ ଏ ରାଜୁ । ଖୁସିରେ କାନ୍ଦିଲେ ନବୀନଙ୍କୁ ଦେଲେ ଧନ୍ୟବାଦ । ଆସନ୍ତା ୨୪ରେ ହେବ ଭୁବନେଶ୍ବର ମହାନଗର ନିଗମ ପାଇଁ ପଡିବ ଭୋଟ । ଅଧିକ ପଢନ୍ତୁ

ଚା’ ବିକାଳିଙ୍କ ଉପରେ ଭରସା କଲା ବିଜେଡି : ଦେଲା କର୍ପୋରେଟର ଟିକେଟ

author img

By

Published : Mar 11, 2022, 5:43 PM IST

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଭୁବନେଶ୍ବର ମହାନଗରର ନିଗମ ଭୋଟ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ନିର୍ଵାଚନ ପ୍ରଚାର ମଧ୍ୟ ଆରମ୍ଭ ହୋଇଗଲାଣି। ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜଣେ ଚା’ ଦୋକାନୀ ।

ଚା’ ବିକାଳିଙ୍କ ଉପରେ ଭରସା କଲା ବିଜେଡି : ଦେଲା କର୍ପୋରେଟର ଟିକେଟ

ଭୁବନେଶ୍ବର ୨୯ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି ଆଦୁଲ୍‌ ରାଜୁ ( ଏ ରାଜୁ) । ଦଳର ଜଣେ ଶୃଙ୍ଖଳିତ କର୍ମୀ ସହ ପରିଶ୍ରମୀ ମଣିଷଟେ ହୋଇଥିବାରୁ ଅନେକ ପୁରୁଖା ଓ ଦାବିଦାରଙ୍କୁ ବାଦ ଦେଇ ତାଙ୍କୁ ବିଜେଡିର ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଛି । ଆଉ ଏହାକୁ ନେଇ ଏ ରାଜୁ ବେଶ ଖୁସି ଥିବା ବେଳେ ତାଙ୍କ ଉପରେ ଦଳର ଆଶା ଭରସା ଥିବାରୁ ଦଳ ତାଙ୍କୁ ଟିକେଟ ଦେଇଥିବା କଥା ସେ କହିଛନ୍ତି । ଏଥିପାଇଁ ଦଳର ମୁଖିଆଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ତେବେ ଏହି ଓ୍ବାର୍ଡରୁ ୪ ଥର କର୍ପୋରେଟର ହୋଇଥିବା ଶେଖ୍‌ ନିଜାମୁଦ୍ଦିନଙ୍କୁ ଦଳ ଟିକେଟ ନ ଦେଇ ରାଜୁଙ୍କ ଉପରେ ଭରସା କରଛି । ଏଥର ବି ଶେଖ୍‌ ନିଜାମୁଦ୍ଦିନ ଟିକେଟ ପାଇଁ ଆଶାୟୀ ଥିଲେ। ତାଙ୍କୁ ଦଳ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ହେଲେ ଟିକେଟ ଦେଇ ନଥିଲା ବିଜେଡି । ଫଳରେ ସେ ବାଧ୍ୟ ହୋଇ ସ୍ବାଧିନ ଭାବେ ଏ ରାଜୁଙ୍କ ବିପକ୍ଷରେ ଛିଡା ହୋଇଥିଲେ । ହେଲେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ପ୍ରାର୍ଥୀପତ୍ର ଫେରାଇ ଆଣିବା ପାଇଁ କହିଥିଲେ । ଶେଷ ମୁହୁର୍ତ୍ତରେ ସେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଥିଲେ । ।

ତେବେ ବିଜେଡି ପକ୍ଷରୁ ଟିକେଟ୍ ପାଇ ପ୍ରାର୍ଥୀ ହୋଇଥିବା ଏ. ରାଜୁ ନିଜାମୁଦ୍ଦିନଙ୍କର ସହଯୋଗୀ । ଅତୀତରେ ନିର୍ବାଚନ ପ୍ରଚାର ଓ ଅନ୍ୟ ସମସ୍ତ ଦଳୀୟ କାର୍ଯ୍ୟରେ ନିଜାମୁଦ୍ଦିନଙ୍କ ସହ ଏ. ରାଜୁ ମଧ୍ୟ ମିଳିତ ଭାବରେ କରିଛନ୍ତି । ଆଉ ଏବେ ଉଭୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ ପ୍ରଚାର କରିବେ। ସେପଟେ ନିଜାମୁଦ୍ଦିନ କହିଛନ୍ତି ଯେ ଦଳରେ ମୁଁ ସବୁବେଳେ ରହିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.