ETV Bharat / city

ଜାନୁଆରୀ 12ରେ ଅନୁଷ୍ଠିତ ହେବ ଭୁବନେଶ୍ବର ହାଫ୍‌ ମାରାଥନ - Tata Half Marathon

ଜାନଆରୀ 12ରୁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ବର ହାଫ୍ ମାରାଥନ୍‌ । ଆୟୋଜିତ ଏହି ମାରାଥନ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ଯୁବବର୍ଗ ଭାଗ ନେଇପାରିବେ । ଏଥିପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Tata Half Marathon to be held on January 12
ଭୁବନେଶ୍ବର ହେବ ହାଫ୍‌ ମାରାଥନ
author img

By

Published : Dec 11, 2019, 4:14 AM IST

ଭୁବନେଶ୍ବର: ଜାନଆରୀ 12ରୁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ବର ହାଫ୍ ମାରାଥନ୍‌ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଜେକତାଙ୍କୁ 8 ଲକ୍ଷ ଟଙ୍କାର ଅର୍ଥରାଶି ଜିତିବାର ସୁଯୋଗ ରହିଛି । ଏଥିରେ ସାମିଲ ହେବାକୁ ଥିବା ପ୍ରତିଯୋଗୀଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ଏହି ମାରାଥନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଆହ୍ବାନ କରାଯାଇଛି । ଏନେଇ ସ୍ଥାନୀୟ ଜିଞ୍ଜର ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲର ଉପସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି ।

ଭୁବନେଶ୍ବର ହେବ ହାଫ୍‌ ମାରାଥନ

ଏହି ସମ୍ମିଳନୀରେ ମାରାଥନ ପାଇଁ ଜର୍ସି ଉନ୍ମୋଚନ କରିବା ସହ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଲୋକମାନଙ୍କୁ ନିୟମିତ ଦୌଡ଼ିବାର ଆଵଶ୍ୟକତା ରହିଛି ବୋଲି କହିଥିଲେ । ଯାହାକୁ କେନ୍ଦ୍ର କରି ପ୍ରତିବର୍ଷ ଟାଟା ଷ୍ଟିଲ ପକ୍ଷରୁ ସାରା ଦେଶରେ ଏହିଭଳି ମାରାଥନ ଆୟୋଜନ କରାଯାଉଛି । ତେବେ ଓଡ଼ିଶାରେ ଏହି ମାରାଥନ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବାବେଳେ ଟାଟା ଷ୍ଟିଲ ଏଥିରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ଆସୁଛି । ବିଗତ 4ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ମାରାଥନ ଅନେକ ସଫଳତା ପାଇଥିବା ବେଳେ ଏଥର 5 ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିବା ନେଇ ସେ ଆଶା ପ୍ରକଟ କରିଛନ୍ତି ।

ସେହିପରି ଏହି ମାରାଥନ ରାଜ୍ୟରେ ଏକ ସ୍ବତନ୍ତ୍ର ପର୍ବର ମର୍ଯ୍ୟାଦା ହାସଲ କରି ସାରିଥିବା ବେଳେ ଅଧିକରୁ ଅଧିକ ଲୋକ ଏଥିରେ ଯୋଡି ହେବା ସହିତ ସୁସ୍ଥ ସମାଜ ଗଠନ ଦିଗରେ ସାମିଲ ହେବାକୁ ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଜାନୁଆରୀ 12ରେ ଆୟୋଜିତ ହେବାକୁ ଥିବା ଏହି ହାଫ ମାରାଥନ 21 କିମି ସହିତ 10 କିମି ଓ 5 କିମି ବର୍ଗରେ ଆୟୋଜନ କରାଯାଉଛି । ଯେଉଁଥିରେ କ୍ରୀଡ଼ାବିତ୍‌ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ଯୁବବର୍ଗମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତାବର୍ଷ ଜାନୁଆରୀ ମାସ 12 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ହାଫ ମାରାଥନ।ଯେଉଁଥିରେ ବିଜେତାମାନେ 8ଲକ୍ଷ ଟଙ୍କାର ଅର୍ଥ ରାଶି ଜିତିବାର ସୁଯୋଗ ରହିଛି।ବର୍ତ୍ତମାନ ଠାରୁ ଏଥିରେ ଅଂଶଗ୍ରହଣ କରିବା ପାଇଁ ପଞ୍ଜିକରଣ ବ୍ୟବସ୍ଥା ଅନଲାଇନ ମାଧ୍ୟମରେ ଆରମ୍ଭ ହୋଇ ସାରିଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଯୋଗଦେବାକୁ ଆହ୍ବାନ ଦିଆଯାଇଛି।

Body:ଆଜି ସ୍ଥାନୀୟ ଜିଞ୍ଜର ହୋଟେଲ ରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମାରାଥନ ପାଇଁ ଜର୍ସି ଉନ୍ମୋଚନ କରିବା ସହ ଏନେଇ ସୂଚନା ଦେଇ ଟାଟା ଷ୍ଟିଲର ଉପ ସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି କି ଲୋକମାନଙ୍କୁ ସୁସ୍ଥ ଓ ନିରାମୟ ରହିବା ପାଇଁ ନିୟମିତ ଦୌଡ଼ିବାର ଆଵଶ୍ୟକତା ରହିଛି।ଯେଉଁଥିପାଇଁ ଟାଟା ଷ୍ଟିଲ ପକ୍ଷରୁ ସାରା ଦେଶରେ ଏହିଭଳି ମାରାଥନ ଆୟୋଜନ କରାଯାଉଛି।
ତେବେ ଓଡ଼ିଶାରେ ଏହି ମାରାଥନ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବାବେଳେ ଏଥିରେ ଟାଟା ଷ୍ଟିଲ ସମସ୍ତପ୍ରକାର ସହାୟତା ଯୋଗାଇ ଦେଇ ଆସୁଛି।ବିଗତ 4ରି ବର୍ଷରେ ଏହି ମାରାଥନ ଅନେକ ସଫଳତା ପାଇଥିବା ବେଳେ ଏଥର 5ହଜାର ରୁ ଅଧିକ ଲୋକ ଅଂଶଗ୍ରହଣ କରିବା ନେଇ ସେ ଆଶା ପ୍ରକଟ କରିଛନ୍ତି।
ସେହିପରି ଏହି ମାରାଥନ ରାଜ୍ୟରେ ଏକ ସ୍ୱତନ୍ତ୍ର ପର୍ବର ମର୍ଯ୍ୟାଦା ହାସଲ କରି ସାରିଥିବା ବେଳେ ଆଧିକରୁ ଅଧିକ ଲୋକ ଏଥିରେ ଯୋଡି ହେବା ସହିତ ସୁସ୍ଥ ସମାଜ ଗଠନ ଦିଗରେ ସାମିଲ ହେବାକୁ ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ କି ଚଳିତ ଥର ହାଫ ମାରାଥନ-21 କିଲୋମିଟର ସହିତ 10 କିଲୋମିଟର ଓ 5 କିଲୋମିଟର ବର୍ଗରେ ମାରାଥନ ଆୟୋଜନ କରାଯାଉଛି।ଯେଉଁଥିରେ କ୍ରୀଡ଼ାବିତ ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ତରୁଣ ମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ।
ବାଇଟ-ଚାଣକ୍ୟ ଚୌଧୁରୀ-ଟାଟା ଷ୍ଟିଲ ଉପସଭାପତି
ବାଇଟ-ଅର୍ଚ୍ଚିତା ସାହୁ
ବାଇଟ-ସବ୍ୟସାଚୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.