ETV Bharat / city

ନିୟନ୍ତ୍ରଣରେ ଜଙ୍ଗଲ ନିଆଁ

ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ । ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତକୁ ଆସିଛି । ନ୍ୟାସନାଲ ରିମୋଟ୍ ସେନ୍ସି ସେଣ୍ଟର (NRSC), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଅଧିକ ପଢନ୍ତୁ...

ନିୟନ୍ତ୍ରଣରେ ଜଙ୍ଗଲ ନିଆଁ
ନିୟନ୍ତ୍ରଣରେ ଜଙ୍ଗଲ ନିଆଁ
author img

By

Published : Mar 13, 2021, 7:05 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ । ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତକୁ ଆସିଛି । ନ୍ୟାସନାଲ ରିମୋଟ୍ ସେନ୍ସି ସେଣ୍ଟର (NRSC), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି ।

ନିୟନ୍ତ୍ରଣରେ ଜଙ୍ଗଲ ନିଆଁ

ସେହିପରି FSI ଡେରାଡୁନ ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ୭୦୧ଟି ଜଙ୍ଗଲ ନିଆଁ ଆଲର୍ଟ ଥିଲା । ତେବେ ଆଜି ଏହି ସଂଖ୍ୟା ୩୪୧କୁ ଖସିଛି । ଶିମିଳିପାଳରେ କେବଳ ୪ଟି ଫାୟାର ଆଲର୍ଟ ରହିଛି । ଏହା ସୂଚନା ଦେଇଛନ୍ତି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ଗଠନ ହୋଇଥିବା ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ଜଙ୍ଗଲରେ ନିଆଁ ଲାଗିଥିବା ଜିଲ୍ଲାର ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳ, ତହସିଲଦାର, ଜଙ୍ଗଲ ବିଭାଗର ଅଧିକାରୀମାନଙ୍କ ସହିତ ଟାସ୍କଫୋର୍ସ ଯୋଗାଯୋଗରେ ରହିଛି । ୨୪ X ୭ ଅଗ୍ନି ହ୍ରାସ ସହିତ କ୍ଷୟକ୍ଷତିର ଆକଳନ କରାଯାଉଛି ।

ରାତ୍ରି ପାଟ୍ରୋଲିଂ ସମେତ ଅନ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାକୁ PCCF ଙ୍କ କାର୍ଯ୍ୟାଳୟର ଓଡ଼ିଶା ଫରେଷ୍ଟ ମ୍ୟାନେଜମେଟ୍ ସିଷ୍ଟମ୍ (OFMS) ମାଧ୍ୟମରେ ୨୪ X ୭ ନଜର ରଖାଯାଇଛି । MODIS & SNPP ଉପଗ୍ରହ ତଥ୍ୟ ଆଧାରରେ ଜଙ୍ଗଲ ଅଗ୍ନି ଆଲର୍ଟ ପଏଣ୍ଟ ବ୍ୟବହାର କରି FSI ଡେରାଡୁନରୁ ବନାଗ୍ନି ସ୍ଥିତି ବାବଦରେ SMS ଓ WhatsApp ଜରିଆରେ ଫିଲଡ଼ କର୍ମଚାରୀଙ୍କୁ ସୂଚନା ଦିଆଯାଉଛି ।

ବନ କର୍ମଚାରୀମାନେ ତୁରନ୍ତ ଏହି ପଏଣ୍ଟରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା 95 ପ୍ରତିଶତ ଅଗ୍ନି ପଏଣ୍ଟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । FSI ଆଲର୍ଟ ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ପ୍ରାୟତଃ କୌଣସି ଅଗ୍ନି ପଏଣ୍ଟରେ କ୍ରମାଗତ ଅଗ୍ନି ନାହିଁ । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ PRI ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କର ସହଯୋଗ ନିଆଯାଇଛି ।

ଲୋକମାନଙ୍କୁ ସଚେତନତା କରିବା ଲାଗି ପ୍ରୟାସ କରାଯାଉଛି । ସ୍ଥାନୀୟ ଲୋକ ସଜାଗ ରହିବା ପାଇଁ VSS /EDCs /JFMC ଜରିଆରେ ସଚେତନତା ବୈଠକ ଆୟୋଜନ ହେଉଛି । ଅଗ୍ନି ନିୟନ୍ତ୍ରଣରେ ସକ୍ରିୟ ଭୂମିକା ପାଇଁ ସ୍ଥାନୀୟ ଲୋକ ଓ ଭିଏସଏସ ସଦସ୍ୟଙ୍କୁ ପ୍ରୋତ୍ସାହନ ପ୍ରଦାନ ଏବଂ ପୁରସ୍କାର କରାଯିବ ବୋଲି ନିଷ୍ପତ୍ତି ନିଆଯାଉଛି ।

ଆବଶ୍ୟକତା ଅନୁଯାୟୀ ଦେୟ ଆଧାରରେ ସ୍ଥାନୀୟ ଲୋକଙ୍କୁ ଅଗ୍ନି ନିର୍ବାପକ କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ଡିଏଫଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିଶମ ଅଧିକାରୀଙ୍କ ସହିତ ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ODRAF ଟିମ୍ ଜଙ୍ଗଲ କର୍ମଚାରୀଙ୍କ ସହିତ ବନାଗ୍ନିକୁ ଆୟତ କରିବାରେ ନିୟୋଜିତ ଅଛନ୍ତି । ସେଣ୍ଟ୍ରାଲ ଟିମ୍ ଶିମିଳିପାଳ ପରେ ବର୍ତ୍ତମାନ ବାଲେଶ୍ଵରର କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.