ETV Bharat / city

ଶାନ୍ତ ହେଲେ ତାରା, କହିଲେ ‘ନିରଞ୍ଜନ ପଟ୍ଟନାୟକ ମୋ ବଡଭାଇ ମୁଁ ତାଙ୍କ ସାନଭାଇ’

author img

By

Published : Aug 30, 2021, 7:16 PM IST

କଂଗ୍ରେସ ପ୍ରଭାରୀ ଡ ଚେଲ୍ଲା କୁମାରଙ୍କ ସହ ଆଲୋଚନା କରିବା ପରେ ଶାନ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତିଙ୍କୁ ଅଯୋଗ୍ୟ କହିଥିବା ତାରା ଆଜି ନିଜ ମୁଡ ବଦଳାଇ ପିସିସି ସଭାପତିଙ୍କ ନେତୃତ୍ବରେ କାମ କରିବି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Taraprasad bahinipati reation on pcc president
ଶାନ୍ତ ହେଲେ ତାରା,ନିରଞ୍ଜନଙ୍କୁ କହିଲେ ମୋର ବଡଭାଇ

ଭୁବନେଶ୍ବର: ତାରାଙ୍କ ରାଗ ଶାନ୍ତ ହେଲା। ଓଡିଶା କଂଗ୍ରେସ ପ୍ରଭାରୀ ଡ ଚେଲ୍ଲା କୁମାରଙ୍କ ସହ ଆଲୋଚନା କରିବା ପରେ ଶାନ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତିଙ୍କୁ ଅଯୋଗ୍ୟ କହିଥିବା ତାରା ଆଜି ନିଜ ମୁଡ ବଦଳାଇ ପିସିସି ସଭାପତିଙ୍କୁ ବଡଭାଇ କହିବା ସହ ତାଙ୍କ ନେତୃତ୍ବରେ କାମ କରିବି ବୋଲି କହିଛନ୍ତି ।

ମୁଡ ବଦଳିବା ସହ ତାରାଙ୍କ ବୟାନ ମଧ୍ୟ ବଦଳିଛି। କିଛି ଦିନ ଧରି କଂଗ୍ରେସରେ ଉଗ୍ରରୂପ ଧାରଣ କରିଥିବା କଂଗ୍ରେସ ବିଧାୟକ ପ୍ରସାଦ ବାହିନୀପତିଙ୍କ ରାଗ ଆଜି ଶାନ୍ତ ହୋଇଛି। ଗତକାଲି ଓଡିଶା କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କ ସହ ଆଲୋଚନା ପରେ ନିରଂଜନଙ୍କୁ ନିଜ ବଡ଼ ଭାଇ ବୋଲି କହିଛନ୍ତି। ନିରଞ୍ଜନଙ୍କୁ ରାଗରେ ଅଯୋଗ୍ୟ ବୋଲି କହିଥିଲି। ଆମେ ହେଲୁ ରାଜନୀତି ଲୋକ। ଆମ ରାଗ ସବୁବେଳେ ରୁହେନି। ତାଙ୍କ ସହ ବି ଆଲୋଚନା ହୋଇଛି। କଂଗ୍ରେସ ଛାଡି ମୋର କୁଆଡେ ଯିବାର ନାହିଁ। ତେଣୁ ତାଙ୍କ ନେତୃତ୍ବରେ ସମସ୍ତଙ୍କୁ ନେଇ କାମ କରିବି ବୋଲି ସେ କହିଛନ୍ତି ।

ସେହିପରି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ସାଂସଦ ସପ୍ତଗିରି ଉଲ୍ଲାକା ସମ୍ପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ତାରା। ପ୍ରଦୀପ ମାଝୀଙ୍କ ସହ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି । ଆଜି ଅପରାହ୍ନରେ ଚେଲ୍ଲା କୁମାର, ରୁଦ୍ର ରାଜୁ, ତାରା, ପିସିସି ସଭାପତି, ସପ୍ତଗିରି ଉଲ୍ଲାକା, ପ୍ରଦୀପ ମାଝୀ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ସଭାପତିଙ୍କୁ ନେଇ ବୈଠକ ହେବ।

ପୂର୍ବରୁ ତାରା ପିସିସି ସଭାପତି ନିରଞ୍ଜନଙ୍କୁ ଓପନ ଚ୍ୟାଲେଞ୍ଜ ଦେଇଥିଲେ,ନିରଞ୍ଜନଙ୍କ ବୟସ ହେଲାଣି ସେ ତୁରନ୍ତ ପିସିସି ସଭାପତିରୁ ଓହରନ୍ତୁ ବୋଲି ଟାର୍ଗେଟ କରି କହିଥିଲେ ତାରା । ସୂଚନାଥାଉକି ସେପ୍ଟେମ୍ବର ୧ ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାକୁ ନେଇ କଂଗ୍ରେସ ସିଏଲପି ବୈଠକ ହେବ ଏବଂ ଦଳ ଏଜେଣ୍ଡା ପ୍ରସ୍ତୁତ କରିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.