ଭୁବନେଶ୍ବର: ବିଧାନସଭାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାପରେ ସେ ଆଜି ଚିକିତ୍ସା ପାଇଁ ହାଇଦ୍ରାବାଦ ଗସ୍ତ କରିଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛିଦିନ ପୂର୍ବରୁ ହିଁ ସୁସ୍ଥ ହୋଇ ଦଳୀୟ କାର୍ଯ୍ୟରେ ଯୋଗ ଦେଇଥିଲେ ତାରା ପ୍ରସାଦ ବାହିନୀପତି । ତେବେ ପୁନଃ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି ।
ଶନିବାର ବିଧାନସଭା ଚାଲିବା ବେଳେ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ ତାରା ବାହିନୀପତି । ମଧ୍ୟାହ୍ନ ପରେ ତାଙ୍କୁ ଆଉ ବିଧାନସଭା ପରିସରରେ ଦେଖିବାକୁ ମିଳିନଥିଲା । ଏହାପରେ ବାହିନୀପତିଙ୍କୁ ଭେଟିବାକୁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ତାଙ୍କ ବାସଭବନକୁ ଯାଇଥିଲେ । ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ସୁର ରାଉତରାୟ । ଏହି ସୟମରେ ତାଙ୍କ ମୁହଁରେ ସେ ଏକ ମେଡିକାଲ ମାସ୍କ ଲଗାଉଥିବା ଦେଖିବାକୁ ମିଳିଥିଲା ।
କିଛିଦିନ ପୂର୍ବରୁ ଅସୁସ୍ଥ ହୋଇ ପଡ଼ିଥିଲେ କଂଗ୍ରେସ ବିଧାୟକ । ସେହି ସମୟରେ ମଧ୍ୟ ହାଇଦ୍ରାବାଦ ଆସି ଚିକିତ୍ସିତ ହୋଇ ଫେରିଥିଲେ ତାରା ପ୍ରସାଦ ବାହିନୀପତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ