ETV Bharat / city

15 ବର୍ଷ ଅତିକ୍ରମ କରିଥିବା ବସ-ଟ୍ରକ ହିସାବ ମାଗିଲେ ବାହିନୀପତି

ରାଜ୍ୟରେ 15 ବର୍ଷ ଅତିକ୍ରମ କରିଥିବା ବସ ଟ୍ରକ ଚାଲିବ ନା ନାହିଁ ତାର ହିସାବ ମାଗିଲେ କଂଗ୍ରେସ ନେତା ତାରା ପ୍ରସାଦ ବାବିନୀପତି । ଅଧିକ ପଢନ୍ତୁ...

15 ବର୍ଷ ଅତିକ୍ରମ କରିଥିବା ବସ ଟ୍ରକର ହିସାବ ମାଗିଲେ ବାହିନୀପତି

author img

By

Published : Mar 18, 2021, 10:52 PM IST

ଭୁବନେଶ୍ବର: ରାଜ୍ୟରେ 15 ବର୍ଷ ଅତିକ୍ରମ କରିଥିବା ବସ ଟ୍ରକ ଚାଲିବ ନା ନାହିଁ ତାର ହିସାବ ମାଗିଲେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି । ଏହାସହ ଦୁଇ ଚକିଆ ଯାନ ଗୁଡିକ ପାଇଁ ଏପରି କେତେ ବର୍ଷିଆ ମିଆଦ ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ବାହିନୀପତି ।

ଏହାର ଲିଖିତ ଉତ୍ତର ରଖିଛନ୍ତି ପରିବନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ 15 ବର୍ଷ ଅତିକ୍ରମ କରିଥିବା ବସ ଓ ଟ୍ରକଗୁଡିକୁ ଚଳାଚଳ ନକରିବା କ୍ଷମତା ମୋଟର ଯାନ ଆଇନ 1988 ଧାରା 59 ଅନୁଯାୟୀ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ଅଟେ । ଏସମ୍ବନ୍ଧରେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ।

ସେପଟେ ଦୁଇ ଚକିଆ ଯାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ମିଆଦ ରଖାଯାଇନାହିଁ ବୋଲି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.