ଭୁବନେଶ୍ବର: ଗୋଷ୍ଠୀ କନ୍ଦଳ ସମ୍ପର୍କରେ ସ୍ପଷ୍ଟ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପ୍ରଭାରୀ ଚେଲ୍ଲା କୁମାରଙ୍କ ହସ୍ତକ୍ଷେପ ପରେ ଆଉ ଦଳରେ ମତାନ୍ତର ନାହିଁ । ସେ କହିଛନ୍ତି କି ନିରଞ୍ଜନ ପଟ୍ଟନାୟକ ମୋ ବଡ଼ ଭାଇ ସେ ମୋ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ତେବେ ନରସିଂହ ମିଶ୍ର ମଧ୍ୟ ଆଲୋଚନା କରିଛନ୍ତି । ଏସବୁ ପରେ ସାଂସଦ ସପ୍ତଗିରି ଉଲାକାଙ୍କ ଘରେ ହୋଇଥିବା ପ୍ରୀତି ଭୋଜନରେ ସେ ମଧ୍ୟ ଯୋଗ ଦେଇଛନ୍ତି ।
ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ନେତାଙ୍କ ସହ ବୈଠକ ଚାଲିଥିବା ନେଇ ସେ ସୂଚନା ଦେଇଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳ ସହ ଏକଜୁଟ ହୋଇ ଲଢ଼ିବେ ବେଲି ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ