ETV Bharat / city

ରାଜଧାନୀରେ ଏସଏଲଆର ସହ ତାଇୱାନ ବନ୍ଧୁକ, କମିସନରେଟ ପୋଲିସ ପାଖରେ ନାହିଁ ସୁରାକ

ରାଜଧାନୀରେ ଏସଏଲଆର ସହ ତାଇୱାନ ବନ୍ଧୁକ,କମିସନରେଟ ପୋଲିସ ପାଖରେ ନାହିଁ ସୁରାକ । ବିହାର ଓ ୟୁପିରୁ ଏସବୁ ବନ୍ଧୁକ ଆସୁଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ଏସଏଲଆର ସହ ତାଇୱାନ ବନ୍ଧୁକ,କମିସନରେଟ ପୋଲିସ ପାଖରେ ନାହିଁ ସୁରାକ

author img

By

Published : Oct 16, 2020, 9:51 PM IST

ଭୁବନେଶ୍ବର: ରାଜଧାନୀକୁ ଆସୁଛି ସୋଫିଷ୍ଟିକେଟଡ଼ ବନ୍ଧୁକ । ମେଡ ଇନ ତାଇଓ୍ବାନ ସହ ସହ ଏସ ଏଲ ଆର।ୟୁଏସଏ ମଡେଲ ପିସ୍ତଲ ସହ ଦେଶୀ ରିଭଲଭର । ଯାହାର ଖୁଲାସା କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।

ରାଜଧାନୀରେ ଏସଏଲଆର ସହ ତାଇୱାନ ବନ୍ଧୁକ,କମିସନରେଟ ପୋଲିସ ପାଖରେ ନାହିଁ ସୁରାକ

ଚନ୍ଦକା ଅଞ୍ଚଳରେ ଅପରେସନ ବେଳେ ଜବତ ହୋଇଛି ୮ଟି ଚୋରାବନ୍ଧୁକ । ଯେଉଁଥିରେ ରହିଛି ୧ଟିଏ ତାଇଓ୍ବାନ ମେଡ ରିଭଲଭର। ୟୁଏସଏ ମଡେଲ ଦୁଇଟି ପିସ୍ତଲ ସହ ୫ଟି ଦେଶୀ ବନ୍ଧୁକ ସହ ଏସଏଲଆର ଭଳି ବନ୍ଧୁକର ଅଫୁଟା ଗୁଳି । କାରବାର କରୁଥିବା ଦୁଇଜଣ ଅପରାଧି ରାକେଶ ଜେନା ଓ ବିକାଶ ବେହେରାକୁ ଏସଟିଏଫ ଗିରଫ କରିଛି । ତେବେ ବିହାର ଓ ୟୁପିରୁ ଏସବୁ ବନ୍ଧୁକ ଆସୁଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ତେବେ ଆଗକୁ ଆସୁଛି ପୂଜାର ମାହୋଲ । ଯାହାକୁ ନେଇ ଵଢିପାରେ ଅପରାଧିକ କାର୍ଯକଳାପ । ଦାଦାବଟି ଠୂ ଆରମ୍ଭକରି ଚୋରାବନ୍ଧୁକ କାରବାର। ହେଲେ ଏସବୁ ରୋକିବା ନେଇ କମିସନରେଟ ପୋଲିସ ଆରମ୍ଭ କରିଛି ଅପରେସନ ଦାଦାବଟିକୁ ନା । କିନ୍ତୁ ଚୋରାବନ୍ଧୂକ କାରବାର ନେଇ କଣ ରହିବ ପୋଲିସର ଆଭିମୁଖ୍ୟ ସେନେଇ ପୋଲିସ କମିଶନରଙ୍କ ପାଖରେ ନାହିଁ ଉତ୍ତର ।

ତେବେ ଗତ ଅକ୍ଟୋବର ୭ତାରିଖ ଖଣ୍ଡଗିରି ଥାନା ଅଞ୍ଚଳରୁ ଜବତ ହୋଇଥିଲା ଦେଶି ବନ୍ଧୁକ । ସେପ୍ଟେମ୍ବର ୨୯ ଇନଫୋସିଟି ଥାନା ଅଞ୍ଚଳରୁ ବ୍ୟାଙ୍କ ଡ଼କାୟତ ଠୁ ଜବତ ହୋଇଥିଲା ବନ୍ଧୁକ। ସେପ୍ଟେମ୍ବର ୨୫ ବଡଗଡ଼ ଥାନା ଅଞ୍ଚଳରୁ ଧରାପଡିଥିଲେ ପିସ୍ତଲ ସହ ୩ ଜଣ । ସେପ୍ଟେମ୍ବର ୭ ତାରିଖ ନୟାପଲ୍ଲୀ ଥାନା ଅଞ୍ଚଳରୁ ଜୁଆ ଆଡ୍ଡାରୁ ମିଳିଥିଲା ଚୋରା ବନ୍ଧୁକ । ସେପ୍ଟେମ୍ବର ୪ ଚନ୍ଦକା ଥାନା ଅଞ୍ଚଳରୁ ଜବତ ହୋଇଥିଲା ଦେଶୀ ବନ୍ଧୁକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.