ETV Bharat / city

ତୃତୀୟ ଲହର ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: DMET

author img

By

Published : Jul 26, 2021, 12:18 PM IST

Updated : Jul 26, 2021, 12:34 PM IST

ରାଜ୍ୟରେ ତୃତୀୟ ଲହରର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଇନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...

3ୟ ଲହର ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: DMET

ଭୁବନେଶ୍ବର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାର ପ୍ରସ୍ତୁତ ରହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ତୃତୀୟ ଲହରର ପ୍ରଭାବ ରାଜ୍ୟରେ କେତେବେଳେ ଦେଖାଯିବ ସେ ସମ୍ପର୍କରେ ସୂଚନା ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ତୃତୀୟ ଲହର ଆସିବାର ଏପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: DMET

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି 1600ରୁ 2000 ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ମଧ୍ୟ ଦେଖାଯାଉଛି । କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ମଧ୍ୟ ପୂର୍ବ ଅପେକ୍ଷା ବହୁତ କମିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମଗୁଡିକ ଦର୍ଶାଉଛି ପାଣ୍ଡେମିକ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ନିହାତି ଆବଶ୍ୟକ । ମହାମାରୀ ଶେଷ ହେବା ପରେ ମୃତ୍ୟୁହାରର ହିସାବ ଦିଆଯାଇଥାଏ । ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ପଦ୍ଧତିକୁ ଆପଣେଇଛନ୍ତି ।

ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ଅନଲକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡ଼ ଲାଇନ ଅନୁପାଳକୁ ଦେଖି ନିଷ୍ପତ୍ତି ନିଆଯିବ । ରାଜ୍ୟରେ ସଂକ୍ରମଣ କମିଛି । ତଥାପି ଆଗାମୀ ୨ରୁ ୩ ମାସ ସତର୍କ ରହିବାକୁ ପଡ଼ିବ । କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦରିଙ୍ଗକୁ ରୋକିବାକୁ ପଡିବ । ରାଜ୍ୟର ସାମଗ୍ରୀକ ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ ବିଷୟରେ ଚିନ୍ତା କରାଯିବ ।

କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି । ସମସ୍ତ ଡେଥ ରିପୋର୍ଟ ଅଡ଼ିଟ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ । କୋଭିଡରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କୁ ଡେଥ ସାର୍ଟିଫିକେଟ ଦିଆଯାଉଛି । ସଂକ୍ରମଣ କିଛି ଜିଲ୍ଲାରେ ଅଧିକ ରହିଥିଲେ ମଧ୍ୟ ପୂର୍ବ ତୁଳନାରେ କମିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 26, 2021, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.