ETV Bharat / city

ସ୍ୱାୟତ୍ତ ଶାସନ ଦିବସ:'ଆମ ସହର ସ୍ବଚ୍ଛ ସହର' ମୋବାଇଲ ଆପ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - cm naveen pattnaik

ସ୍ୱାୟତ୍ତ ଶାସନ ଦିବସ, ୧୫୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ଥାପିତ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧା ଉଦ‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସ୍ୱାୟତ ଶାସନ ଦିବସ:'ଆମ ସହର ସ୍ବଚ୍ଛ ସହର' ମୋବାଇଲ ଆପ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 31, 2020, 4:49 PM IST

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖ ହେଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଦିବସ ପାଳନ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହନ୍ତି ଯେ ପାରମ୍ପରିକ ପଦ୍ଧତି ଠାରୁ ଏ ବର୍ଷର ସ୍ୱାୟତ୍ତ ଶାସନ ଦିବସ ପାଳନ ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟବାସୀ ଏକ କଠିନ ସମୟ ଦେଇ ଜୀବନ ଅତିବାହିତ କରୁଥିଲେ ମଧ୍ୟ ପୌରପ୍ରଶାସନ ତାର ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସମସ୍ତ ସେବା ପ୍ରଦାନ କରି ଆସୁଛି । ବିଗତ ଦିନଗୁଡିକ ଠାରୁ ବର୍ତ୍ତମାନ ବିଭାଗର କାର୍ଯ୍ୟଶୈଳୀରେ ଅନେକ ପରିବର୍ତ୍ତନ ଆସିଛି । ଗୃହ ଓ ନଗରଉନ୍ନୟନ ବିଭାଗ, ପୌରପାଳିକା ମାନଙ୍କର ଦକ୍ଷତା ବୃଦ୍ଧି ସହିତ, ସହରର ପରିମଳ ବ୍ୟବସ୍ଥାର ସୁଧାର, ଗରିବ ଖଟିଖିଆ, ମଜୁରିଆଙ୍କ ଜୀବିକାର ବ୍ୟବସ୍ଥା, ସୁସ୍ଥ ପରିବେଶ ତଥା ପୌର ନିୟମାବଳୀରେ ସଂଶୋଧନ ଆଣି ପୌର ପ୍ରଶାସନକୁ ଲୋକାଭିମୁଖୀ କରିପାରିଛନ୍ତି ବୋଲି ମନ୍ତ୍ରୀ ଜେନା କହିଛନ୍ତି ।

ସେହିପରି ନୂତନ ଭାବରେ ଅଣା ଯାଇଥିବା ସହରୀ ମଜୁରୀ ନିଯୁକ୍ତି ପଦକ୍ଷେପ ଆଜି ଭାରତର ସବୁ ରାଜ୍ୟର ଆଖି ଖୋଲି ଦେଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ତାଙ୍କୁ ଜେନା କୃତଜ୍ଞତା ଜଣାଇଥିଲେ । ଜାଗା ମିଶନ ପୌରପ୍ରଶାସନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ମ୍ୟୁନିସପାଲିଟି ଓ ଏନ୍‌.ଏ.ସିରେ ବସ୍ତି ଗୁଡିକରେ ରହୁଥିବା ଜନସାଧାରଣଙ୍କୁ ପଟ୍ଟା ଦେବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରୁଛି । ବସ୍ତିଗୁଡିକରେ ତ୍ୱରାନ୍ବିତ ଭାବେ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ମଧ୍ୟ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଯୋଗୁଁ ଏତେଗୁଡିଏ କାର୍ଯ୍ୟ ସମ୍ଭବପର ହୋଇ ପାରିଛି । ଚଳିତ ବର୍ଷ ଓଡିଶା ସବୁଠାରୁ ଦ୍ରୃତ ରାଜ୍ୟ ଭାବେ ଭାରତ ସରକାରଙ୍କ ଦ୍ୱାରା ବିବେଚନା କରାଯିବା ମଧ୍ୟ ଆହୁରି ଏକ ଆନନ୍ଦର ବିଷୟ । ଆଗାମୀ ଦିନ ମାନଙ୍କରେ ସମସ୍ତ ପୌରାଞ୍ଚଳ ନିଜର କର୍ତବ୍ୟ ନିଷ୍ଠା ଓ ପରିଶ୍ରମ ବଳରେ ସର୍ବ ଭାରତୀୟ ସ୍ତରରେ ପୁରସ୍କାର ଅର୍ଜନ କରନ୍ତୁ, ଏହା ଆଜି ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୫୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଟାଳନା ନିମନ୍ତେ ସ୍ଥାପିତ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧାର ଶୁଭ ଉଦ୍‌ଘାଟନ କରିଥିଲେ । ରାଜ୍ୟର ସମସ୍ତ ସହରରେ ସେପ୍ଟେଜ ମ୍ୟାନେଜମେଣ୍ଟ ସୁନିଶ୍ଚିତ କରିବା ପାଇଁ ଭିଡିଓ କନଫରେନ୍ସି ମାଧ୍ୟମରେ ୫୧ଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ପରିମଳ ସୁବିଧାର ସୁପରିଚାଳନା ନିମନ୍ତେ ଗୋଷ୍ଠୀଭିତ୍ତିକ ସଙ୍ଗଠନ ଗୁଡିକୁ ନିୟୋଜିତ କରିବା କ୍ଷେତ୍ରରେ ରାଜ୍ୟର ନିରନ୍ତର ଉଦ୍ୟମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଉରକେଲା ମ୍ୟୁନିସପାଲ କର୍ପୋରେସନ, ଅନୁଗୋଳ, ବାଲେଶ୍ୱର ଏବଂ ଢେଙ୍କାନାଳ ମ୍ୟୁନିସପାଲିଟିର ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪ଗୋଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିଥିଲେ ।

ସ୍ୱାୟତ ଶାସନ ଦିବସ:'ଆମ ସହର ସ୍ବଚ୍ଛ ସହର' ମୋବାଇଲ ଆପ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫-T ଆଦର୍ଶର ଏକ ଅଂଶ ଭାବରେ ସହରାଞ୍ଚଳର ଉତ୍ତମ ସେବା ଯୋଗାଇ ଦେବା ପାଇଁ “ଆମ ସହର” ମୋବାଇଲ ଆପ୍ ଏବଂ 'ସ୍ୱଚ୍ଛ ସହର ଓଡିଶା' ୱେବ ଆପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଛି । ପୌରସଂସ୍ଥା ଗୁଡିକରେ ଉତ୍ତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତା ଆଣିବ । ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ରେ ଶ୍ରେଷ୍ଠତା ପ୍ରଦର୍ଶନକାରୀ ପୋରସଂସ୍ଥା, ବ୍ରହ୍ମପୁର ମହାନଗର
ନିଗମ, ପାରାଦୀପ, ଯୋଡା, ବଡବିଲ, ଢେଙ୍କାନାଳ, ରାଜଗାଙ୍ଗପୁର, ବ୍ୟାସନଗର, ଚୌଦ୍ୱାର ମ୍ୟୁନିସପାଲିଟି ଏବଂ କୋଟପାଡ ଏନ.ଏ.ସିକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି ।

ସହର ଗୁଡିକୁ ଅଧିକ ପରିଷ୍କାର ପରିଚ୍ଛନ କରିବାରେ ଆମର ପୌର ସଂସ୍ଥାଗୁଡିକ ଦ୍ୱାରା ମିଳୁଥିବା ସଫଳତା ପାଇଁ ଗର୍ବିତ ହେବା ସହ ମୁଖ୍ୟମନ୍ତ୍ରୀ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରୟାସକୁ ପ୍ରଶଂସା କରିଥିଲେ । କୋଭିଡ୍‌-୧୯ ମହାମାରୀ ସମୟରେ ନିରନ୍ତର ତଥା ନିଷ୍ଠାପର ଉଦ୍ୟମ ପାଇଁ ସେ ପରିମଳ ଯୋଦ୍ଧାମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱାୟତ୍ତ ଶାସନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ଶେଷରେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.