ଭୁବନେଶ୍ବର: ଆଜି ସ୍ବାମୀ ବିବେକାନନ୍ଦଙ୍କ 158 ତମ ଜୟନ୍ତୀ । ଏହି ଅବସରରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରାଜ୍ୟ କ୍ରୀଡା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜିର ଯୁବପୀଢିଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଛନ୍ତି। ଦୀର୍ଘ ବର୍ଷ ତଳେ ସ୍ବାମୀଜୀ କହିଥିବା କଥା ଆଜିର ଆଧୁନିକ ଦିନରେ ମଧ୍ୟ ସମୟ ଉପଯୋଗୀ ମନେ ହୁଏ।
ତେବେ ତାଙ୍କର ବାଣୀକୁ ଜୀବନର ବ୍ରତ କରି ଚାଲିଲେ ସଫଳତା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଆଜିର ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଚିବ ବିଶାଳ କୁମାର ଦେବ, ରାମକୃଷ୍ଣ ମଠର ମହନ୍ତ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ