ଭୁବନେଶ୍ବର: ରାଜଧାନୀ ସ୍ଥିତ ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକଙ୍କ ନାମ ସାହାଉଦ୍ଦିନ । ଗତ ୫ ବର୍ଷ ହେବ ସିବିଆଇ ଦ୍ବାରା ଗିରଫ ହୋଇ ଝାରପଡା ଜେଲରେ ରହୁଥିଲେ । ଆଜି(ରବିବାର) ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ମୃତକଙ୍କ ନାମ ସାହାଉଦ୍ଦିନ ବୋଲି ଜଣାପଡିଛି । ଆଜି ସକାଳୁ ଜେଲ ଶୌଚାଳୟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଷ୍ଟମୋର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ସୂଚନା ଅନୁଯାୟୀ, ସାହାଉଦ୍ଦିନ ୨୦୧୭ ରେ ସିବିଆଇ ଦ୍ବାରା ଗିରଫ ହୋଇ ଝାରପଡା ଜେଲରେ ବିଚାରଧୀନ କଏଦୀ ଭାବରେ ରହୁଥିଲେ ।
ଇଟିଭି ଭାରତ, ଭୁବନେଶ୍ବର