ଭୁବନେଶ୍ବର: ଆକ୍ସନ ମୋଡରେ ଉଚ୍ଚଶିକ୍ଷା ମନ୍ତ୍ରୀ । ସରପ୍ରାଇଜ ଭିଜିଟରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ବାଣୀବିହାର କ୍ୟାମ୍ପସରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି କଲେଜ କ୍ୟାମ୍ପସ ବୁଲିବା ସହ ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
ସକାଳ 8 ଟାରେ ବାଣୀବିହାରରେ ପହଞ୍ଚି ସଂପୂର୍ଣ୍ଣ କଲେଜ ପରିସରର ହଷ୍ଟେଲ ସହ ଅଫିସ ବୁଲି ପରିଦର୍ଶନ କରିଛନ୍ତି । ପିଲାଙ୍କ ଖାଦ୍ୟ ଯାଞ୍ଚ କରିବା ସହ କ୍ୟାଣ୍ଟିନ ବୁଲି ଦେଖିଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ସହ ନିଜେ ଆଲୋଚନା କରି ଖୁବଶିଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଆଜି ଦିନ ତମାମ ସେ କଲେଜ ପରିସରରେ ହିଁ ରହିବେ ବୋଲି ଜଣାପଡିଛି । ଦିନ 11 ଟାରେ ବାଣୀବିହାରର ସମସ୍ତ ଷ୍ଟାପ ଓ କୂଳପତିଙ୍କ ସହ ମିଟିଂ କରି ଆଲେଚନା କରାଯିବ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ